କନକ ବ୍ୟୁରୋ :  ହାସମ ମାମୁଦଙ୍କ ଅଗ୍ନିବର୍ଷି ବୋଲିଂରୁ ଭାରତକୁ ରକ୍ଷାକଲେ ଲୋକାଲ ବଏ । ସିଏସକେ ଖେଳାଳୀ ରବିଚନ୍ଦ୍ରନ ଅଶ୍ବିନୀଙ୍କ ଅପରାଜିତ ଶତକ ।  ୮୬ ରନ କରି ଖେଳୁଛନ୍ତି ରବୀନ୍ଦ୍ର ଜାଡେଜା । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ୬ ୱିକେଟରେ ୩୩୯ ରନ ସଂଗ୍ରହ କରିଛି । ହାସମ ମାସୁନଙ୍କ ବୋଲିଂ ଆଗରେ ଫେଲ ମାରିଥିଲେ ଟପ ଅର୍ଡର । କିନ୍ତୁ ଭାରତକୁ ରକ୍ଷା କରିଥିଲେ ଲୋକାଲ ବୟ ରବି ଚନ୍ଦ୍ରନ ଅଶ୍ବିନ । ଅଶ୍ବିନଙ୍କ ଅପରାଜିତ ୧୦୨ ରନ କରିଥିବା ବେଳେ ଜାଡେଜା ୮୬ ରନ କରି ଅପରାଜିତ ଅଛନ୍ତି । ଆସନ୍ତା କାଲି ଜଦେଜା ନିଜର ଶତକ ପୂରଣ କରିବାର ସମ୍ଭାବନା ରହିଛି । ଚେନ୍ନାଇର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ପ୍ରଥମ ଦିନରେ ବ୍ୟାଟିଂରେ କମାଲ ଦେଖାଇଛନ୍ତି ବୋଲର।