କନକ ବ୍ୟୁରୋ : କନ୍ଧମାଳ ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁର ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ସୁସ୍ଥ ହେଲେ ଆଉ ୩ ଜଣ । ଏମ୍‌କେସିଜିରେ ଚିକିତ୍ସିତ ହେଉଥିବା ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୦ ଦିନ ପରେ ଏମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆମ୍ବ ଟାକୁଆ ଖାଇ ୬ ଜଣ ଅସୁସ୍ଥ ହୋଇଥିଲେ । ଏବେ ୩ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩ ଜଣ ଚିକିତ୍ସିତ ହେଉଛନ୍ତି । ଏମ୍‌କେସିଜିରେ ଜଣେ ଓ କଟକ ବଡ଼ ମେଡିକାଲରେ ୨ ଜଣଙ୍କ ଚିକିତ୍ସା ଚାଲିଛି ।