ସୀମା ଟପିଲେ ବ୍ୟାଙ୍କ କର୍ମଚାରୀ, ଦେଶର ଯବାନଙ୍କୁ କଲେ ଅସମ୍ମାନ

କର୍ମଚାରୀଙ୍କ ଦ୍ୱାରା ଅପମାନ ଅଭିଯୋଗ । ଭାଇରାଲ୍‌ ଅଡିଓ କ୍ଲିପକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

ସୀମା ଟପିଲେ ବ୍ୟାଙ୍କ କର୍ମଚାରୀ

ସୀମା ଟପିଲେ ବ୍ୟାଙ୍କ କର୍ମଚାରୀ Photograph: (KanakNews)

 କନକ ବ୍ୟୁରୋ;  ସୀମା ଟପିଗଲେ ବ୍ୟାଙ୍କ କର୍ମଚାରୀ । ଦେଶର ଯବାନଙ୍କୁ କଲେ ଚରମ ଅସମ୍ମାନ । ଏଚ୍‌ଡିଏଫ୍‌ସି ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା ସେନାକୁ ଅପମାନ ଅଭିଯୋଗ ।  ଏକ ଭାଇରାଲ୍‌ ଅଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି । ଯାହାକୁ ଶୁଣିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଡିଓରେ ଏକ ମହିଳା, ଯିଏକି ଏଚ୍‌ଡିଏଫ୍‌ସି ମୁମ୍ବାଇ ଶାଖାର କର୍ମଚାରୀ ଅନୁରାଧା ବର୍ମା ବୋଲି କୁହାଯାଉଛି, ଜଣେ ଯବାନଙ୍କୁ ଲୋନ୍‌ ବିବାଦରେ କଦର୍ଯ୍ୟ ଭାଷାରେ ଅପମାନ କରୁଛନ୍ତି ।

ସିଆରପିଏଫ୍‌ ଯବାନଙ୍କୁ ସେ କହୁଛନ୍ତି, “ଗୱାର ହୋ, ଇସଲିଏ ତୁମ କୋ ବର୍ଡର୍‌ ଭେଜ୍ ଦିଆ ଗେୟା ହେ, ତୁମ ଲୋଗୋ କେ ବଚ୍ଚେ ବିକଳାଙ୍ଗ ପୈଦା ହୋତେ ହେଁ" ।  ଏହି ଅଡିଓ ମୁମ୍ବାଇରେ ଲୋନ୍‌ ରିକଭରି କଲ୍‌ ସମୟରେ ରେକର୍ଡ୍‌ ହୋଇଥିବା କୁହାଯାଉଛି। ଯାହାକୁ ଶୁଣିବା ପରେ ସବୁଠି ପ୍ରତିକ୍ରିୟା ଦେଖାଦେଇଛି । ଅନେକ ଅଡିଓ କ୍ଲିପକୁ ସେୟାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe