କନକ ବ୍ୟୁରୋ;  ସୀମା ଟପିଗଲେ ବ୍ୟାଙ୍କ କର୍ମଚାରୀ । ଦେଶର ଯବାନଙ୍କୁ କଲେ ଚରମ ଅସମ୍ମାନ । ଏଚ୍‌ଡିଏଫ୍‌ସି ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା ସେନାକୁ ଅପମାନ ଅଭିଯୋଗ ।  ଏକ ଭାଇରାଲ୍‌ ଅଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି । ଯାହାକୁ ଶୁଣିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଡିଓରେ ଏକ ମହିଳା, ଯିଏକି ଏଚ୍‌ଡିଏଫ୍‌ସି ମୁମ୍ବାଇ ଶାଖାର କର୍ମଚାରୀ ଅନୁରାଧା ବର୍ମା ବୋଲି କୁହାଯାଉଛି, ଜଣେ ଯବାନଙ୍କୁ ଲୋନ୍‌ ବିବାଦରେ କଦର୍ଯ୍ୟ ଭାଷାରେ ଅପମାନ କରୁଛନ୍ତି ।

Advertisment

ସିଆରପିଏଫ୍‌ ଯବାନଙ୍କୁ ସେ କହୁଛନ୍ତି, “ଗୱାର ହୋ, ଇସଲିଏ ତୁମ କୋ ବର୍ଡର୍‌ ଭେଜ୍ ଦିଆ ଗେୟା ହେ, ତୁମ ଲୋଗୋ କେ ବଚ୍ଚେ ବିକଳାଙ୍ଗ ପୈଦା ହୋତେ ହେଁ" ।  ଏହି ଅଡିଓ ମୁମ୍ବାଇରେ ଲୋନ୍‌ ରିକଭରି କଲ୍‌ ସମୟରେ ରେକର୍ଡ୍‌ ହୋଇଥିବା କୁହାଯାଉଛି। ଯାହାକୁ ଶୁଣିବା ପରେ ସବୁଠି ପ୍ରତିକ୍ରିୟା ଦେଖାଦେଇଛି । ଅନେକ ଅଡିଓ କ୍ଲିପକୁ ସେୟାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।