ଭୟରେ ଦିନ କାଟୁଛନ୍ତି ମୁନୀର: ପିନ୍ଧୁଛନ୍ତି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ରାତିରେ ହେଉନି ନିଦ

Advertisment

ଭୟ ଭିତରେ ଜୀବନ କାଟୁଛନ୍ତି ଅସୀମ ମୁନିର । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଏବେ ଭୟ ଭିତରେ ଦିନ କାଟୁଛନ୍ତି । ଏମିତି କି ଏହି ଭୟ କାରଣରୁ ସେ ରୀତିମତ ଏବେ ତାଙ୍କ ପାଖରେ ପିସ୍ତଲ ଏବଂ ରାଇଫଲ୍ ରଖୁଥିବା ଜଣାପଡ଼ିଛି ।

Updated On

ଭୟ ଭିତରେ ଜୀବନ କାଟୁଛନ୍ତି ଅସୀମ ମୁନିର । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଏବେ ଭୟ ଭିତରେ ଦିନ କାଟୁଛନ୍ତି । ଏମିତି କି ଏହି ଭୟ କାରଣରୁ ସେ ରୀତିମତ ଏବେ ତାଙ୍କ ପାଖରେ ପିସ୍ତଲ ଏବଂ ରାଇଫଲ୍ ରଖୁଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
asim-munir

asim-munir Photograph: (kanak news)

କନକ ବ୍ୟୁରୋ: ଭୟ ଭିତରେ ଜୀବନ କାଟୁଛନ୍ତି ଅସୀମ ମୁନିର । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଏବେ ଭୟ ଭିତରେ ଦିନ କାଟୁଛନ୍ତି । ଏମିତି କି ଏହି ଭୟ କାରଣରୁ ସେ ରୀତିମତ ଏବେ ତାଙ୍କ ପାଖରେ ପିସ୍ତଲ ଏବଂ ରାଇଫଲ୍ ରଖୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ସେ ତାଙ୍କ ବର୍ଦ୍ଦିକୁ ବୁଲେଟ୍ ପ୍ରୁଫ୍ କରିଥିବାବେଳେ, ଶୋଇବା ସମୟରେ ମଧ୍ୟ ଏହାକୁ ପିନ୍ଧୁଛନ୍ତି ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୁନିର ଶୋଇବା ସମୟରେ ମଧ୍ୟ ତାଙ୍କ ସୁରକ୍ଷାକର୍ମୀ ତାଙ୍କ ଚାରିପାଖେ ପଇଁତରା ମାରୁଛନ୍ତି । ଯାହା ଫଳରେ କି ତାଙ୍କ ଉପରେ କେହି ବି ଆକ୍ରମଣ କରିପାରିବେ ନାହିଁ । ତେବେ ଯେବେଠୁ ମୁନୀରଙ୍କୁ ସେନାମୁଖ୍ୟ ଭାବେ କ୍ଷମତା ମିଳିଛି, ସେବେଠୁ ତାଙ୍କ ଭବିଷ୍ୟତ ଜିଆ-ଉଲ୍-ହକଙ୍କ ଭଳି ହେବ ବୋଲି ଭାବି ମୁନୀର ଚିନ୍ତାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

୧୯୮୮ ମସିହାରେ ପାକିସ୍ତାନର ତତ୍କାଳୀନ ସେନାମୁଖ୍ୟ ଜିଆ ଉଲ୍ ହକ୍ ଏକ ବିମାନ ଦୁର୍ଘଟଣାରେ ଆଖି ବୁଜିଥିଲେ । ଏହାକୁ ସେତେବେଳେ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଥିଲା । ହେଲେ ଏହା ପଛରେ ଏକ ରୀତିମତ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଏ, ତେଣୁ ମୁନୀରଙ୍କୁ ମଧ୍ୟ ଠିକ୍ ସେହିଭଳି ଢଙ୍ଗରେ ଷଡ଼ଯନ୍ତ୍ର କରି ମରାଯାଇପାରେ ବୋଲି ସେ ଭୟ କରୁଛନ୍ତି ।

ଆହୁରି ପଢ଼ନ୍ତୁ : ଆହୁରି କଲବଲ କରିବ ଦିଲ୍ଲୀ ପ୍ରଦୂଷଣ, ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସାଙ୍କ ଆଶଙ୍କା

ଟ୍ରେନିଂ ଅଫିସରଙ୍କ ଉପରେ ଭରସା ନାହିଁ

ମିଳିଥିବା ସୂଚନା ଅନୁସାରେ, ମୁନିର ତାଙ୍କ ସୁରକ୍ଷାରୁ ଟ୍ରେନିଂ ଅଫିସରମାନଙ୍କୁ ହଟାଇ ଦିଆଯାଇଛି । ଚର୍ଚ୍ଚା ହେଉଛି ଅବିଶ୍ୱାସ ହେବା କାରଣରୁ ମୁନୀର ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି । ଇମ୍ରାନ ଖାନଙ୍କ ପୂର୍ବତନ ପରାମର୍ଶଦାତା ଶହଜାଦ ଆକବରଙ୍କ ଅନୁଯାୟୀ, ଅସୀମ ମୁନିରଙ୍କୁ ସୁରକ୍ଷା ଦେବା ପାଇଁ କେବଳ ଅଭିଜ୍ଞ ଏବଂ ବିଶ୍ୱସ୍ତ ସୈନିକମାନଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ଜଣେ ପିଟିଆଇ ନେତାଙ୍କ ଅନୁଯାୟୀ, ମୁନିର ବିଦେଶରେ ରହୁଥିବା ପାକିସ୍ତାନୀଙ୍କୁ ସବୁଠୁ ଅଧିକ ଭୟ କରୁଛନ୍ତି । ଯେଉଁମାନେ କି ପାକିସ୍ତାନକୁ ସବୁଠୁ ଅଧିକ ଟ୍ୟାକ୍ସ ଦେଇଥାନ୍ତି ।

ଜାଣିରଖିବା ଉଚିତ ଯେ, ସେନା ମୁଖ୍ୟ ଭାବରେ ଅସୀମ ମୁନିର ପାକିସ୍ତାନରେ ଭିଆଇପି ସୁରକ୍ଷା ଉପଭୋଗ କରନ୍ତି। ମୁନିରଙ୍କ ସୁରକ୍ଷା ବ୍ୟବସ୍ଥା ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଠିତ । ପ୍ରଥମ ସ୍ତରଟି ସ୍ୱତନ୍ତ୍ର ସୁରକ୍ଷା ବିଭାଗର କର୍ମଚାରୀମାନଙ୍କୁ ନେଇ ଗଠିତ। ପାକିସ୍ତାନର ଏହି ୟୁନିଟରେ ୧୫,୦୦୦ କର୍ମଚାରୀ ଅଛନ୍ତି। ତଥାପି, ମୁନିରଙ୍କୁ ସୁରକ୍ଷା ଦେବା ପାଇଁ କେତେ କର୍ମଚାରୀ ନିୟୋଜିତ ଅଛନ୍ତି ସେ ବିଷୟରେ ସୂଚନା ସାର୍ବଜନୀନ ଭାବରେ ଉପଲବ୍ଧ ନାହିଁ। ପାକିସ୍ତାନର ସଂସଦ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଉପାଧି ପ୍ରଦାନ କରିଛି। ଏହାବ୍ୟତୀତ, ମୁନିରଙ୍କୁ ତିନୋଟି ସଶସ୍ତ୍ର ବାହିନୀର ମୁଖ୍ୟ ନିଯୁକ୍ତ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe