କନକବ୍ୟୁରୋ : ରୋଗକୁ ନେଇ କାହାର ବା ଭୟ ନଥାଏ କିନ୍ତୁ ଆଜିକାଲି ର ଯୁବପିଢୀ ଖାଦ୍ୟ ହେଉ ବା ନିଜ ଜୀବନଶୈଳୀର ସଠିକ ଉପଚାର ନେହବା ଯୋଗୁଁ ବିଭିନ୍ନ ରୋଗ ମାଡି ବସିଥାଏ କିନ୍ତୁ ବେଳେ ବେଳେ ତାହା ଚିହ୍ନଟ ହେବାରେ ବିଳମ୍ବ ହେବା ଯୋଗୁଁ ଦେହରେ ତାହା ବ୍ୟାପି ଯାଇଥାଏ ସେମିତି ଏକ ରୋଗ ହେଉଛି ଲିଭର କ୍ୟାନ୍ସର ଯଦି ଆପଣଙ୍କୁ ଏହି ରୋଗ ହେଉଛି ତେବେ ତାହା ଚିହ୍ନଟ ହେବାରେ ଡାକ୍ତର ହେଉ କିମ୍ବା ରୋଗୀା ଉଭୟଙ୍କୁ ଚିହ୍ନଟ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ
କାରଣ ଏହି ରୋଗ ଲିଭର କୋଶିକା ରୁ ଆରମ୍ଭ ହୋଇଥାଏ ତେଣୁ ବେଳେବେଳେ ମାନସିକ ଚିନ୍ତା ଖାଦ୍ୟପେୟ ପ୍ରତି ସଠିକ ଧାନ୍ୟ ନଦେବା ଯୋଗୁଁ ଏହି ରୋଗ ବ୍ୟାପିବାରେ ସହାୟକ ହୋଇଥାଏ ତେଣୁ ଏଥିପ୍ରତି ସଜାଗ ରହିବା ନିହାତି ଜରୁରୀ ସେଥିପାଇଁ କୁହାଯାଏ ସନ୍ତୁଳିତ ଜୀବନ ଆମକୁ ସୁସ୍ଥ ରଖିଥାଏ ତେଣୁ ଏଥିପ୍ରତି ସମସ୍ତ ଯୁବପିଢୀଠୁ ଆରମ୍ଭ କରି ସମସ୍ତ ବୟସ୍କ ମଧ୍ୟ୍ୟ ସଜାଗ ରହିବା ଜରୁରୀ
ଏବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ
/kanak/media/media_files/2025/02/03/ONH4Kg3tFxcPOPbhc4nz.jpg)
ଲିଭର କ୍ୟାନ୍ସର କାରଣରୁ କେତେକ ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ଏହି ଲକ୍ଷଣରେ ଓଜନ କମିବା, ଭୋକ ନଲାଗିବା, ଲିଭର ସାଇଜ୍ ବଢିବା, ପେଟରେ ଦରଜ ହେବା, ଡାହାଣ କାନ୍ଧରେ ଦରଜ ହେବା, ପେଟ ଫୁଲିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସାମିଲ ରହିଛି । ଏଥିସହ ଏହି ରୋଗର ଆହୁରି ଲକ୍ଷଣ ମଧ୍ୟ ହୋଇଥାଏ ,
ସାଧାରଣ କାରଣରେ ଅତ୍ୟଧିକ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା, ଖରାପ ଖାଦ୍ୟ ଖାଇବା କିମ୍ବା ଖାଲି ପେଟରେ ବଟିକା ଖାଇବା । ହଜମ ନହେବାର ଅନ୍ୟ କେତେକ ଲକ୍ଷଣ ରହିଛି ଯାହାକୁ ଆପଣ ଅନୁଭବ କରିପାରନ୍ତି, ଯେପରିକି ଛାତି ଜଳିବା, ତିକ୍ତ ସ୍ୱାଦଯୁକ୍ତ ଖାଦ୍ୟ କିମ୍ବା ତରଳ ପଦାର୍ଥକୁ ଖାଦ୍ୟରେ ଗ୍ରହଣ କରିବା । ଲିଭର କ୍ୟାନ୍ସର ହେବା ସ୍ଥିତିରେ ରକ୍ତରେ କ୍ୟାଲ୍ସିୟମ ସ୍ତର ଉଚ୍ଚ ହୋଇପାରେ । ଏହା ଦ୍ୱାରା ବାନ୍ତି, ପେଟ ଖରାପ ଏବଂ ମାଂସପେଶୀରେ ସମସ୍ୟା ହୋଇପାରେ ।
ଲିଭର କ୍ୟାନ୍ସର କାରଣରୁ ବ୍ଲଡ ସୁଗାର ସ୍ତର କମ ହୋଇପାରେ, ଯେଉଁଥି ପାଇଁ ଥକାପଣ ହେବାର ସମ୍ଭାବନା ଦେଖାଯାଇପାରେ । ପୁରୁଷ ମାନଙ୍କଠାରେ ଅଣ୍ଡକୋଷ ସଂକୋଚନ ହେବା ଲିଭର କ୍ୟାନ୍ସରର କାରଣ ହୋଇପାରେ । ଲାଲ ରକ୍ତ କୋଷିକା ଅଧିକ ହେବା କାରଣରୁ ବ୍ୟକ୍ତି ଲାଲ ଦେଖାଯାଇପାରେ । ତେବେ ଲିଭର କ୍ୟାନ୍ସର କାରଣରୁ କୋଲେଷ୍ଟ୍ରଲ ଲେଭଲ ଉଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଥାଏ ।
ଏବେ ଆସନ୍ତୁ ଜାଣିବା ଏହାର ଉପଶମ ବିଷୟରେ
/kanak/media/media_files/2025/02/03/yinyNZpgFXd9Tg6sHQJA.jpg)
ଏହି ରୋଗଟି ସାଧାରଣ ଭାବରେ ଚିହ୍ନଟ କରିବା ସହାୟକ ହୋଇନଥାଏ କିନ୍ତୁ ଏଥିପ୍ରତି ଆମେ ନିଜକୁ ଠିକ ରଖିବା ସହିତ ଖାଦ୍ୟପେୟରେ ସଜାଗ ରହିବା ନିହାତି ଜରୁରୀ ଭୟଭୀତ ହୁଅନ୍ତୁ ନାହିଁ ସୁସ୍ଥ ରହିଲେ ମାନସିକ ଶାନ୍ତି ଠିକ ରଖିଲେ ସବୁ ଠିକ ହୋଇପାରିବ