କନକ ବ୍ୟୁରୋ: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ସଂଘର୍ଷ। ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳିବର୍ଷା । ୫୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ । ଆଫଗାନିସ୍ତାନ ଉପରେ ପାକିସ୍ତାନର ମିଶାଇଲ ମାଡ଼ ପରେ ତାଲିବାନ କଡ଼ା ଜବାବ ଦେଇଛି । ଭାରତକୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରେ ଦୁଇ ମଧ୍ୟରେ ବଢୁଛି ବିବାଦ । ଗତକାଲି ବିଳମ୍ବିତ ରାତିରେ ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ପ୍ରଚଣ୍ଡ ଆକ୍ରମଣ କରିଛି । ଡୁରାଣ୍ଡ ଲାଇନ୍ରେ ତାଲିବାନ ଓ ପାକ୍ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ ଗଣମାଧ୍ୟମ ପ୍ରବଳ ଗୁଳି ବିନିମୟକୁ ନିଶ୍ଚିତ କରିବା ସହ ଅନେକ ମୃତାହତ ହୋଇଥିବା ଖବର ପ୍ରକାଶ କରିଛି । ଏହି ଆକ୍ରମଣରେ ଅତି କମ୍ରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ।
ହଜାର ହଜାର ତାଲିବାନୀ ସୈନ୍ୟ ଏହି ସାମରିକ ଅଭିଯାନରେ ସାମିଲ ଅଛନ୍ତି। ଡୁରାଣ୍ଡ ସୀମା ନିକଟରେ ପାକିସ୍ତାନର ଫ୍ରଣ୍ଟିୟର କର୍ପସ୍ ଉପରେ ତାଲିବାନ ସବୁଠାରୁ ବଡ଼ ଆକ୍ରମଣ କରିଛି । ଏହି ବହୁମୁଖୀ ଆକ୍ରମଣ ପାକିସ୍ତାନର ସାମ୍ପ୍ରତିକ ବାୟୁସେନା ଆକ୍ରମଣର ପ୍ରତିଶୋଧ ବୋଲି ତାଲିବାନ କହିଛି । ଦୁଇ ଦିନ ତଳେ କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା । ତାଲିବାନର ୨୦୧ ଖାଲିଦ ବିନ୍ ଵାଲିଦ ଆର୍ମି କର୍ପ୍ସ ଏହି ଆକ୍ରମଣର ଦାୟିତ୍ୱ ନେଇ ଏହାକୁ ଆଫଗାନ ସାର୍ବଭୌମତ୍ୱର ରକ୍ଷା ବୋଲି ଦାବି କରିଛି ।
ଡୁରାଣ୍ଡ ସୀମାରେ ଭୟଙ୍କର ସଂଘର୍ଷ
୫୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ
ଆଫାଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ସଂଘର୍ଷ
ଡୁରାଣ୍ଡ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳିବର୍ଷା
ତାଲିବାନୀ ଆକ୍ରମଣରେ ୫୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ
ପାକିସ୍ତାନର ମିଶାଇଲ ମାଡ଼ ପରେ ତାଲିବାନର କଡ଼ା ଜବାବ
ଭାରତକୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରେ ବଢୁଛି ବିବାଦ
ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ଆକ୍ରମଣ କରିଛି ତାଲିବାନ
ଆକ୍ରମଣରେ ତାଲିବାନ ଭାରୀ ଯୁଦ୍ଧାସ୍ତ୍ର, ମୋର୍ଟାର ଓ ଡ୍ରୋନ୍ ବ୍ୟବହାର କରିଛି
ପାକିସ୍ତାନ ସେନାର ପ୍ରାୟ ୧୦ଟି ପୋଷ୍ଟ୍, ବାରାକ୍ ଓ ଲଜିଷ୍ଟିକ୍ ହବ୍କୁ ଟାର୍ଗେଟ୍ କରିଛି
କୁରମ୍, ବାଜାଉର୍ ଓ ଉତ୍ତର ଵଜିରିସ୍ତାନ ସୀମାରେ ଭୟାନକ ସଂଘର୍ଷ ଚାଲିଛି
ଦାଙ୍ଗାମ, ବିର୍କୋଟ, ଗୁଇ ସାର୍, ସ୍ପିନା ଓ ଶାଗା ସୀମାରେ ପାକ୍ ସେନାର ଭୀଷଣ କ୍ଷୟକ୍ଷତି
ଅନେକ ପାକ୍ ନାଗରିକ ମଧ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିଛି
୨, ୬୪୦ କିମି ଦୀର୍ଘ ଡୁରାଣ୍ଡ ସୀମାରେ ଏହି ସଂଘର୍ଷ ଆଗକୁ ଆହୁରି ତୀବ୍ର ହେବା ଆଶଙ୍କା
ପାକିସ୍ତାନ ଡୁରାଣ୍ଡ ଅଞ୍ଚଳକୁ ନିଜର ସୀମା ବୋଲି ଦାବି କରୁଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/12/pak-2025-10-12-14-32-45.jpg)