କନକ ବ୍ୟୁରୋ: ପୂରା ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର । କାରଣ ଏହାଠାରେ ରନ୍ଧା ହେଉଥିବା ଖାଦ୍ୟ ପୂରା ପୂରିବାର ଲୋକଙ୍କ ମନ ଉପରେ ପ୍ରଭାବ ପକାଇପାରେ । କିନ୍ତୁ ରୋଷେଇ ଘରେ କିଛି ସମସ୍ୟା ଥିଲେ ପରିବାର ଉପରେ ହିଁ ଏହାର ପ୍ରଭାବ ପଡ଼ିବ । ଆପଣଙ୍କୁ ଲାଗୁଥିବ ସବୁ ଠିକ୍ ଅଛି ହେଲେ ଘରେ ଅଶାନ୍ତି ଲାଗି ରହୁଛି, ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ରହୁଛି । ଅନେକ ସମୟରେ ଏହା ରୋଷେଇ ଘରେ ଥିବା ବାସ୍ତୁ ଦୋଷ ଯୋଗୁଁ ହୋଇପାରେ ।ତେଣୁ ଘର ତିଆରି ସମୟରେ ରୋଷେଇ ଘରର ସଠିକ୍ ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରି ।
ବାସ୍ତୁ ଦୋଷ କେବଳ ଘରର ନିର୍ମାଣ ଉପରେ ସୀମିତ ନୁହେଁ ବରଂ ଘରର ଛୋଟ ଛୋଟ କଥାରେ ବି ଏହାର ସମ୍ପର୍କ ଅଛି । ବାସ୍ତୁଶାସ୍ତ୍ର ଅନୁସାରେ,ରୋଷେଇ ଘରେ ବି ବାସ୍ତୁ ଦୋଷ ରହିଯାଏ , ହେଲେ କିଛି ସହଜ ପରିବର୍ତ୍ତନ କରି ଏହାକୁ ଦୂର କରାଯାଇପାରେ ।
ବାସ୍ତୁ ଶାସ୍ତ୍ରରେ ରୋଷେଇଶାଳକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବୋଲି ଗ୍ରହଣ କରାଯାଇଛି । କାରଣ ଏହିଠାରୁ ହିଁ ପୂରା ପରିବାରର ସ୍ବାସ୍ଥ୍ୟ ଓ ଶକ୍ତି ଯୋଡ଼ି ହୋଇଛି । ବାସ୍ତୁ ଅନୁସାରେ, କିଚେନରେ ବାୟୁ ଚଳାଚଳ ହେଉଥିବା ନିହାତି ଜରୁରି । ଏହା ମଧ୍ୟକୁ ବାହାର ଆଲୋକ ସହ ବାୟୁ ଆସିବା ଯେତିକି ଜରୁରି । ରୋଷେଇ ଭିତରର ବାୟୁ ମଧ୍ୟ ବାହାରକୁ ବାହାରିଯିବା ସେତିକି ଜରୁରି । ଏଥିପାଇଁ ରୋଷେଇ ଘରେ ଏଗଜଷ୍ଟ ଫ୍ୟାନ୍ ନିହାତି ଲଗାନ୍ତୁ । କାରଣ ଏହା ନା କେବଳ ରୋଷେଇ ଘର ଭିତର ଧୂଆକୁ ବାହାରକୁ ବାହାର କରେ ତା ନୁହେଁ ବରଂ ରୋଷେଇ ଘରେ ବେଳେ ବେଳେ ହେଉଥିବା ଦୁର୍ଗନ୍ଧକୁ ବି ବାହାରକୁ ବାହାର କରିଦିଏ । ଫଳରେ ରୋଷେଇ ଘରୁ ନକାରାତ୍ମକ ଶକ୍ତି ବାହାରିଯାଏ ।
ଅଧିକ ପଢ଼ନ୍ତୁ : ସକାଳ ଜଳଖିଆ ଖାଇବାରେ କରୁଛନ୍ତି କି ଏହି ଭୁଲ୍ ? ବଢ଼ିପାରେ ମୋଟାପଣ, ବଗିଡ଼ିପାରେ ସ୍ୱାସ୍ଥ୍ୟ
ହେଲେ ଯେକୌଣସି ଦିଗରେ ଏଗଜଷ୍ଟ ଫ୍ୟାନ ଲଗାଇଦେଲେ ହେବନି । ଏଥିପାଇଁ ସଠିକ୍ ଦିଗ ଦରକାର। ସବୁବେଳେ ଏଗଜଷ୍ଟ ଫ୍ୟାନ୍ ପୂର୍ବ ଦିଗରେ ଲଗାଇବା ଜରୁରି । ବିଶ୍ବାସ କରାଯାଏ, ପୂର୍ବ ଦିଗ ଦେଇ ନକାରାତ୍ମକ ଶକ୍ତି ବାହାରକୁ ବାହାରିଗଲେ ଘରେ ସକାରାତ୍ମକ ଶକ୍ତି ଭରେ ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୋଷେଇ ଘର ଝରକା । ଏହା ସବୁବେଳେ ପୂର୍ବ ଦିଗରେ ରହିବା ଜରୁରି । ପୂର୍ବ ଦିଗରୁ ରୋଷେଇ ଘରେ ସୂର୍ଯ୍ୟ କିରଣ ପଡ଼ିଲେ ବା ବାୟୁ ଭିରତକୁ ଆସିଲେ ପୂରା ବାତାବରଣ ଶୁଦ୍ଧ ହୁଏ । ରୋଷେଇ କରିବା ସମୟରେ ମନ ବି ପସନ୍ନ ରହିବା ସହ ଖାଦ୍ୟରେ ଏକ ପ୍ରକାର ଶକ୍ତି ଆସେ, ଯାହା ପରିବାର ଲୋକଙ୍କ ଶରୀରରେ ଉତ୍ତମ ବିଚାରଧାରା ସୃଷ୍ଟି କରେ ବୋଲି କୁହାଯାଏ । ହଁ ରୋଷେଇ ଘର ଝରକା ସବୁବେଳେ ବଡ଼ ରହିବା ଜରୁରି ଫଳରେ ଯଥେଷ୍ଟ ପବନ ରୋଷେଇ ଘର ଭିତରକୁ ଆସିପାରିବ । ।
ଏସବୁକୁ ବାଦ୍ ହେଲେ ଅଉ ଏକ କଥା ହେଉଛି ରୋଷେଇ ଘରକୁ ଯେତେ ପାରିବେ ପରିଷ୍କାର ରଖିବେ । ରୋଷେଇ ଘର ଅପରିଷ୍କାର ରଖିଲେ ବାସ୍ତୁ ଦୋଷ ଲାଗେ । ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ତେଣୁ ଏସବୁ ଛୋଟ ଛୋଟ କଥାକୁ ଗୁରୁତ୍ବ ଦେଲେ ରୋଷେଇ ଘରେ ସକାରାତ୍ମକ ଶକ୍ତ ଉତ୍ପନ୍ନ ହେବା ସହ ପୂରା ଘରେ ଖୁସି ବଜାୟ ରୁହେ ।
Follow Us