କନକବ୍ୟୁରୋ : ପ୍ରକାଶ ପାଇଲା ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକା। ଦେଶର ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ସବୁଠାରୁ ଧନୀ ।
ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମ୍ପତ୍ତି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି ।
ନାଇଡୁଙ୍କ ସଂପତ୍ତି ୯୩୧ କୋଟି, ପେମା ଖଣ୍ଡୁଙ୍କ ସଂପତ୍ତି ୩୩୨ କୋଟି ଏବଂ ସିଦ୍ଦରମୈୟାଙ୍କ ସଂପତ୍ତି ୫୧ କୋଟି ରହିଛି । ୩୧ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସଂପତ୍ତି ୫୨.୫୯ କୋଟି ଟଙ୍କା ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସର୍ବାଧିକ ଆପରାଧିକ ମାମଲା ରହିଛି । ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତି ୧କୋଟି ୯୭ଲକ୍ଷ ରହିଥିବା ଏଡିଆର ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।
ଚନ୍ଦ୍ରବାବୁ ଧନୀ ମୁଖ୍ୟମନ୍ତ୍ରୀ
ଏଡିଆର୍ ପ୍ରକାଶ କଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା
୩୧ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୬୩୦ କୋଟି ଟଙ୍କା
୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସବୁଠାରୁ ଧନୀ ଚନ୍ଦ୍ରବାବୁ ନାଇଡୁ
ଚନ୍ଦ୍ରବାବୁ ନାଇଡୁଙ୍କ ମୋଟ ସଂପତ୍ତିର ମୂଲ୍ୟ ୯୩୧ କୋଟି
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ୧୦କୋଟି ଟଙ୍କାର ଋଣ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମୋଟ ସମ୍ପତ୍ତି ୫୧ କୋଟି
ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟରେ ରହିଛନ୍ତି ସିଦ୍ଦରମୈୟା
ସିଦ୍ଦରମୈୟାଙ୍କ ନାଁରେ ୨୩ କୋଟି ଟଙ୍କାର ଋଣ ରହିଛି
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ
ପେମା ଖାଣ୍ଡୁଙ୍କ ମୋଟ ସମ୍ପତ୍ତି ୩୩୨ କୋଟି ଟଙ୍କା
ପେମା ଖାଣ୍ଡୁଙ୍କ ନାଁରେ ରହିଛି ୧୮୦ କୋଟି ଟଙ୍କାର ଋଣ
ଧନୀ ତାଲିକାରେ ସବୁଠୁ ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫ଲକ୍ଷ
ଅପରାଧିକ ମାମଲାରେ ସବୁଠୁ ଆଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ରେବନ୍ତ ରେଡ୍ଡୀଙ୍କ ନାଁରେ ରହିଛି ୭୨ଟି ଅପରାଧିକ ମାମଲା
ଅପରାଧିକ ମାମଲାରେ ଦ୍ବିତୀୟ ସ୍ଥାନରେ ଏମକେ ଷ୍ଟାଲିନ୍