କନକବ୍ୟୁରୋ : ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ ।  କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ। ଆସନ୍ତା ଗୁରୁଦିବସରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ହେବ ଏହି ସମାରୋହ। 

Advertisment

ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସର୍ଗୀକୃତ। ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ  ମାନ ପତ୍ର ୫ ସେପ୍ଟେମ୍ବର ୨୦୨୫ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଉକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ। କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ।
ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରୟାସ ପାଇଁ ଶିକ୍ଷା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ପାଇବା ନୂଆ ପରାମ୍ପରା ସୃଷ୍ଟି କରିଛି। ଗତ ବର୍ଷ

ରାୟଗଡ଼ା ଜିଲ୍ଲାର ବିଲେଷୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଓ କଳାହାଣ୍ଡି ଜିଲ୍ଲାର ସନ୍ତୋଷ କୁମାର କର ଏହି ସମ୍ମାନ ପାଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷକ ମାନେ ଶିକ୍ଷାର ବିକାଶ ଲାଗି ନୂଆ ପରୀକ୍ଷାନିରୀକ୍ଷା ଦେଶର ଶିକ୍ଷାବିତ୍ତଙ୍କ ମନ କିଣୁଛି। ଅତୀତରେ ଓମ ପ୍ରକାଶ ମିଶ୍ର, ପବିତ୍ର ମୋହନ ଦାଶ, ପ୍ରଦୀପ କୁମାର ମିଶ୍ର ଏହି ସମ୍ମାନ ହାସଲ କରିଛନ୍ତି।

କ୍ରମାଗତ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶିକ୍ଷକମାନେ ଜାତୀୟ ଶିକ୍ଷକ ସମ୍ମାନ ହାସଲ କରିବା ଶିକ୍ଷା ବ୍ୟବସ୍ଥା ପାଇଁ ନୂଆ ପରମ୍ପରା ସୃଷ୍ଟି କରିଛି। ଆଗାମୀ ସେପ୍ଟେମ୍ବର ୫ ତାରିଖରେ ମହାମହିମ ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୮ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିବେ। ଫଳାଫଳ ଘୋଷଣା ହେବା ପରେ କୋରାପୁଟ ଜିଲ୍ଲାରେ ଶିକ୍ଷାବିତ୍ତ ମହଲରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି।