କନକ ବ୍ୟୁରୋ : ଦର୍ଶକବନ୍ଧୁ ଗତକାଲି ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ସ୍ଲାବର ବଡ଼ ପରିବର୍ତ୍ତନ କରିଛନ୍ତି । ଏହା ପୂର୍ବରୁ ବିଭିନ୍ନ ସାମଗ୍ରୀ ଉପରେ ଲାଗୁଥିବା ଭିନ୍ନ ଭିନ୍ନ ଟ୍ୟାକ୍ସ ସ୍ଲାବର ପରିବର୍ତ୍ତନ କରି ମୋଟ ଉପରେ ଦୁଇଟି ମୁଖ୍ୟ ସ୍ଲାବ ଘୋଷଣା କରିଛନ୍ତି । ଆଉ କିଛି ଉପଭୋଗ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଆଦାୟ ହେବ ବୋଲି ଘୋଷଣା କରିଛନ୍ତି । ଏହି ନୂଆ ସ୍ଲାବ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଯାଉଛି । ହେଲେ ସବୁଠାରୁ ବଡ଼ କଥା ଦେଶର ରାଜକୋଷକୁ ମୁଖ୍ୟତ ତୈଳ ଓ ମଦ ବିକ୍ରିରୁ ସର୍ବାଧିକ ଟଙ୍କା ମିଳୁଥିବାରୁ ଏହା ଉପରେ କେତେ ପ୍ରତିଶତ ଜିଏସଟି ଆଦାୟ ହେବ ତାକୁ ନେଇ ସମସ୍ତେ ଅନାଇ ବସିଥିଲେ । 

Advertisment

ଅର୍ଥମନ୍ତ୍ରୀଙ୍କ ଘୋଷଣା ମୁତାବକ ଏବେ ସମସ୍ତ ପ୍ରକାର ଅବକାରୀ ଯଥା, ସିଗାରେଟ୍, ତମାଖୁ ସହ ମଦ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ ଲାଗିବ । ହେଲେ ମଦ ଉପରେ ଟ୍ୟାକ୍ସ ସ୍ଲାବ ରାଜ୍ୟ ସରକାର ସ୍ଥିର କରୁଥିବାରୁ କେଉଁ ରାଜ୍ୟରେ ଆଲକହଲ ଉପରେ କେତେ ପ୍ରତିଶତ ଟ୍ୟାକ୍ସ ଲାଗିବ ତାହା ରାଜ୍ୟ ସରକାର ସ୍ଥିର କରିବେ । କହିରଖୁ କି ଏସବୁ ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିଲା । ହେଲେ ପରିବର୍ତ୍ତନ ପରେ ଆଲକହଲ ଉପରେ କେଉଁ ରାଜ୍ୟ ସରକାର କେତେ ପ୍ରତିଶତ ଟ୍ୟାକ୍ସ ଲଗାଇବେ ତାହା ସେହି ରାଜ୍ୟର ସରକାରଙ୍କ ଉପରେ ନିର୍ଭର କରୁଛି । ହେଲେ କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ଲାବ ମୁତାବକ ମଦ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ଯଦି ସରଳ ଭାଷାରେ କୁହାଯିବ ଏବେ ଯେଉଁ ମଦ ବୋତଲ ଆପଣ ୧୦୦ ଟଙ୍କାରେ କିଣୁଛନ୍ତି ତାହା ୨୨ ତାରିଖ ଠାରୁ ଗ୍ରାହକଙ୍କୁ ୧୧୨ ଟଙ୍କା ଦେବାକୁ ପଡିବ । କେବଳ ମଦ ନୁହେଁ ସିଗାରେଟ, ଗୁଟଖା, ପାନମସଲା, ବିଳାଶପୂର୍ଣ୍ଣ କାର, ସୁପର ଲଗଜରୀ ବସ୍ତୁ ଓ ଫାଷ୍ଟଫୁଡ଼ ଉପରେ ମଧ୍ୟରେ ୪୦ ପ୍ରତିଶତ ଟ୍ୟାକ୍ସ ଲାଗିବ । 

ସେପଟେ କେନ୍ଦ୍ର ସରକାର ଜିଏସଟି ଲାଗୁ କରିବା ପରେ ଯେଭଳି ଭାବେ ପାଠ୍ୟ ସାମଗ୍ରୀ ଉପରେ ଅତିରିକ୍ତ ଜିଏସଟି ଲାଗୁ କରି ବିରୋଧୀଙ୍କ ସମାଲୋଚନାର ଶିକାର ହେଉଥିଲେ ଏବେ ତାହା ଉପରେ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ କରାଯାଇଛି । ଯେଭଳି କି ମ୍ୟାପ, ଚାର୍ଟ ଗ୍ଲୋବ, ପେନସିଲ, ସର୍ପନର, ଅଭ୍ୟାସ ପୁସ୍ତକ, ନୋଟବୁକ୍, ରବର ଉପରେ ପୂର୍ବରୁ ସରକାର ୧୮ ପ୍ରତିଶତ କର ଆଦାୟ କରୁଥିବା ବେଳେ ଏବେ ଏହା ଉପରେ କର ସମ୍ପୂର୍ଣ୍ଣ ଛାଡ କରାଯାଇଛି । କେନ୍ଦ୍ର ସରକାର ଅବକାରୀ ଓ ଆଲକହଲ ଉପରେ କର ବୃଦ୍ଧି କରିବା ଦ୍ୱାରା ଏହାର ବିକ୍ରି ଉପରେ ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । ହେଲେ ବି କେନ୍ଦ୍ର ସରକାର ସାହସିକତାର ସହ ଏହି ନିଷ୍ପତ୍ତି ନେଇଛନ୍ତି ।