ପାଣି ବୋତଲରେ ମଦ : ରାଜଧାନୀରେ ଠାବ ହେଲା ଦେଶୀ ମଦ କାରଖାନା

Advertisment

ରାଜଧାନୀ ଭୁବନେଶ୍ବରରେ ଚୋରା ଦେଶୀମଦ କାରଖାନା ଠାବ । ଦାରୁଠେଙ୍ଗରେ ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିଲା ମଦ ।  ବିପୁଳ ଦେଶୀମଦ  ଜବତ, ୪ ଜଣ ଗିରଫ । 

ରାଜଧାନୀ ଭୁବନେଶ୍ବରରେ ଚୋରା ଦେଶୀମଦ କାରଖାନା ଠାବ । ଦାରୁଠେଙ୍ଗରେ ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିଲା ମଦ ।  ବିପୁଳ ଦେଶୀମଦ  ଜବତ, ୪ ଜଣ ଗିରଫ । 

wine seized

wine seized Photograph: (KanakNews)

କନକ ବ୍ୟୁରୋ: ସ୍ପେଶାଲ ପାଣି ବୋତଲ ଭିତରେ ସ୍ପେଶାଲ ଦେଶୀ ମଦ । ଜଙ୍ଗଲରେ ସ୍ୱତନ୍ତ୍ର ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ମଦ। ସ୍ଵତନ୍ତ୍ର ପାଣି ବୋତଲ ତିଆରି କରି ସେଥିରେ ଦେଶୀ ମଦ ପ୍ୟାକ୍ କରି ବିକ୍ରି କରାଯାଉଥିଲା । ଭୁବନେଶ୍ବର ଦାରୁଠେଙ୍ଗ ଅଞ୍ଚଳରେ  ଏମିତି ଏକ ଚୋରା ଦେଶୀ ମଦ ଫ୍ୟାକ୍ଟ୍ରି ଠାବ କରିବା ସହିତ ବିପୁଳ ପରିମାଣର ମଦ ଜବତ କରିଛି ଅବକାରୀ ବିଭାଗ । ଜବତ ଦେଶୀ ମଦର ବଜାର ଦର ପାଖାପାଖି ୧୯ ଲକ୍ଷ ଟଙ୍କା ହେବ  । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଜଣ ଫେରାର ଅଛନ୍ତି।

ଏହା ପୂର୍ବରୁ ଖଣ୍ଡଗିରି ନିକଟ ଏକ ରାସ୍ତା କଡ ଦୋକାନରୁ ମଧ୍ୟ ଚୋରାମଦ ଜବତ କରିଥିଲା ଅବକାରୀ ପୋଲିସ । ଥଣ୍ଡା ବୋତଲରେ ମଦ ପୂରାଇ ବିକ୍ରି ହେଉଥିବା ସୂଚନା ମିଳିବା ପରେ ଚଢଉ କରିଥିଲା ଅବକାରୀ ବିଭାଗ । ଏଥିରେ ପେଟି ପେଟି ମଦ ଭରା ଥଣ୍ଡା ବୋତଲ ଜବତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe