ତାତିଲେ ମହିଳା ; ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

Advertisment

ତାତିଲେ ମହିଳା ; ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ ଗାଁ ନିକଟ ଛକରେ ଦୀର୍ଘଦିନ ଧରି ଲାଗି ରହିଥିଲା ମଦ ବ୍ୟବସାୟ ।

ତାତିଲେ ମହିଳା ; ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ ଗାଁ ନିକଟ ଛକରେ ଦୀର୍ଘଦିନ ଧରି ଲାଗି ରହିଥିଲା ମଦ ବ୍ୟବସାୟ ।

women

କନକ ବ୍ୟୁରୋ:  ତାତିଲେ ମହିଳା। ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ । ମୋହନା ଥାନା ନୂଆସାହି ଓ ବାଲିପଙ୍କ ଗାଁ ରାସ୍ତାରେ ମଦକୁ ବିରୋଧ କରିବା ସହ ମଦ ସବୁ ଆଣି ରାସ୍ତା ଉପରେ ଭାଙ୍ଗିଥିଲେ ମହିଳା ମାନେ । ଗାଁ ନିକଟ ଛକରେ ଦୀର୍ଘଦିନ ଧରି ଲାଗି ରହିଥିଲା ମଦ ବ୍ୟବସାୟ । ବହୁବାର ଏନେଇ ବିରୋଧ କରାଯାଉଥିଲେ ବି କୌଣସି ସମାଧାନ କରାଯାଇନି । ମଦ ବିକ୍ରି ନକରିବାକୁ ତାଗିଦ କରାଯାଉଥିଲେ ବି ମଦ ବିକ୍ରି ପୂର୍ବବତ୍ ଜାରି ରହିଥିଲା । ଯାହାଫଳରେ ଉତ୍ୟକ୍ତ ମହିଳାମାନେ ଏକାଠି ହୋଇ ଦୋକାନ ଓ ଘରେ ରଖା ଯାଇଥିବା ଦେଶୀ ଓ ବିଦେଶୀ ମଦ ଆଣି ରାସ୍ତା ଉପରେ ନଷ୍ଟ କରିଥିଲେ। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe