କନକ ବ୍ୟୁରୋ: ତାତିଲେ ମହିଳା। ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ । ମୋହନା ଥାନା ନୂଆସାହି ଓ ବାଲିପଙ୍କ ଗାଁ ରାସ୍ତାରେ ମଦକୁ ବିରୋଧ କରିବା ସହ ମଦ ସବୁ ଆଣି ରାସ୍ତା ଉପରେ ଭାଙ୍ଗିଥିଲେ ମହିଳା ମାନେ । ଗାଁ ନିକଟ ଛକରେ ଦୀର୍ଘଦିନ ଧରି ଲାଗି ରହିଥିଲା ମଦ ବ୍ୟବସାୟ । ବହୁବାର ଏନେଇ ବିରୋଧ କରାଯାଉଥିଲେ ବି କୌଣସି ସମାଧାନ କରାଯାଇନି । ମଦ ବିକ୍ରି ନକରିବାକୁ ତାଗିଦ କରାଯାଉଥିଲେ ବି ମଦ ବିକ୍ରି ପୂର୍ବବତ୍ ଜାରି ରହିଥିଲା । ଯାହାଫଳରେ ଉତ୍ୟକ୍ତ ମହିଳାମାନେ ଏକାଠି ହୋଇ ଦୋକାନ ଓ ଘରେ ରଖା ଯାଇଥିବା ଦେଶୀ ଓ ବିଦେଶୀ ମଦ ଆଣି ରାସ୍ତା ଉପରେ ନଷ୍ଟ କରିଥିଲେ। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ତାତିଲେ ମହିଳା ; ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ
ତାତିଲେ ମହିଳା ; ଗାଁ ରାସ୍ତାରେ ଭାଙ୍ଗିଲେ ମଦ ବୋତଲ ଗାଁ ନିକଟ ଛକରେ ଦୀର୍ଘଦିନ ଧରି ଲାଗି ରହିଥିଲା ମଦ ବ୍ୟବସାୟ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)