ଘରେ ପଶିଲା ସିଂହ; ଛାଟିପିଟି ହୋଇ ଦୌଡିଲେ ଲୋକେ

ଘରେ ଲୋକେ ଶୋଇପଡିଥିଲେ । ମଝି ରାତିରେ ହଠାତ୍ ଜଣଙ୍କର ନିଦ ଭାଙ୍ଗିଲା । ଚାହିଁଦେଲା ବେଳକୁ ତାଙ୍କୁ ରୋଷେଇ ଘର କାନ୍ଥ ଉପରୁ ଜଳଜଳ ହୋଇ ଚାହିଥିଲା ସିଂହି । ପ୍ରାଣ ବିକଳରେ ଛାଟିପିଟି ହୋଇ ଦୌଡିଲେ ଘର ଲୋକ।

ଘରେ ପଶିଲା ସିଂହ

ଘରେ ପଶିଲା ସିଂହ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ : ଘରେ ଲୋକେ ଶୋଇପଡିଥିଲେ । ମଝି ରାତିରେ ହଠାତ୍ ଜଣଙ୍କର ନିଦ ଭାଙ୍ଗିଲା । ଚାହିଁଦେଲା ବେଳକୁ ତାଙ୍କୁ ରୋଷେଇ ଘର କାନ୍ଥ ଉପରୁ ଜଳଜଳ ହୋଇ ଚାହିଥିଲା ସିଂହୀ । ପ୍ରାଣ ବିକଳରେ ଛାଟିପିଟି ହୋଇ ଦୌଡିଲେ ଘର ଲୋକ। ଏଭଳି ଘଟଣା ଘଟିଛି ଗୁଜରାଟ ଅମ୍ରେଲିର ମୁଲୁଭାଇ ରାମଭାଇ ଲୋଖାନ୍ନୋତ୍ରାଙ୍କ ଘରେ। 

ବୁଧବାର ରାତିର ଘଟଣା ।  ରାମଭାଇଙ୍କ ଘର ଲୋକ ଶୋଇଥିଲେ । ମଝି ରାତିରେ ଘର ଭିତରକୁ ପଶିଆସିଲା ସିଂହୀ । ରୋଷେଇ ଘର ଅଧା କାନ୍ଥ ଉପରେ ବସି ଚାହିଁଥିଲା । ଅଧରାତିରେ ନିଦ ଭାଙ୍ଗିଲା ବେଳକୁ ସିଂହୀ ଉପରେ ପଡିଲା ଆଖି । ବିକଳରେ ଘରୁ ବାହାରକୁ ଦୌଡି ପଳାଇଲେ ଘର ଲୋକ । ଗାଁ ଲୋକଙ୍କୁ ଡାକି ସିଂହୀ ଉପରକୁ ଲାଇଟ୍ ପକାଇବା ସହ ବାଜା ବଜାଇ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ପାଖାପାଖି ୨ ଘଣ୍ଟା ଧରି କାନ୍ଥ ଉପରେ ସେମିତି ବସି ରହିଲା ସିଂହୀ । ଏହାପରେ ଘରୁ ବାହାରି ଯାଇଥିଲା। 

 ତେବେ ଏହି ଅଞ୍ଚଳରେ ସିଂହଙ୍କ ଅବାଧ ପ୍ରବେଶ କିଛି ନୂଆ କଥା ନହେଁ । ଏହା ପୂର୍ବରୁ ଏହି ଅଞ୍ଚଳର ରାଜରାସ୍ତାରେ ସିଂହ ବାଟରେ ବୁଲୁଥିବାରୁ ଦୀର୍ଘ ସମୟ ଧରି ଗାଡି ଅଟକି ରହିଥିବା ନଜିର ମଧ୍ୟ ରହିଛି । ଜଙ୍ଗଲ କଟା ଯୋଗୁଁ ଲୋକବସତି ଭିତରକୁ ପଶିଆସିଛନ୍ତି ପଶୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe