କନକବ୍ୟୁରୋ : ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ। ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡ଼ୁ ନିଯୋଗ । ପ୍ରଶାସନ ଚାହିଁଥିଲେ ପ୍ରଭୁ ଲିଙ୍ଗରାଜ ଉପାସ ରହିନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ବଡୁ ନିଯୋଗ ସେବାୟତ । ମଙ୍ଗଳବାର ଦିନ ଥିବା କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ, ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲେ । ବିଭ୍ରାଟ ସମ୍ପର୍କରେ ଜଣାଇବା ସତ୍ତ୍ଵେ ପ୍ରଶାସନ କାହିଁକି ଚୂପ ରହିଲା ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ ।
ଆସିକା ପୁଲିସ ଉପଖଣ୍ଡରେ ସ୍ବତନ୍ତ୍ର ଅପରେସନ୍ ; ଗୋଟିଏ ରାତିରେ ୩୪ ଅପରାଧୀଙ୍କୁ ବାନ୍ଧିଲା ପୁଲିସ
ଆଲୋଚନା କରାଯାଇଥିଲେ ସମାଧାନ ହୋଇପାରିଥାନ୍ତାବୋଲି ସେ କହିଛନ୍ତି । ମନ୍ଦିରର ନୀତିକାନ୍ତି ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଅନେକ ବର୍ଷରୁ ଏହି ନୀତି ବଡୁ ସେବାୟତ କରିଆସୁଛନ୍ତି । ଲିଙ୍ଗରାଜ ମନ୍ଦିରର ରେକର୍ଡରେ ବି ଏହି ବିଷୟରେ ଲେଖାଯାଇଛି ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି । ସେପଟେ ଦେବୋତ୍ତର ବିଭାଗ ଉପରେ ଦୋଷ ଲଦିଲା ବ୍ରାହ୍ମଣ ନିଯୋଗ । ପ୍ରଶାସନ ଚାହିଥିଲେ ବିଭ୍ରାଟ ହୋଇନଥାନ୍ତା । ସମାଧାନ ପାଇଁ ଚିଠି ଦେଇ ଦାୟିତ୍ୱ ସାରିଦେଲା ଦେବୋତ୍ତର ବିଭାଗ । ଏବଂ ଆଲୋଚନା ପାଇଁ ଆସିଲେନି ପ୍ରଶାସନ ବୋଲି ବ୍ରାହ୍ମଣ ନିଯୋଗ କହିଛି।
ନୀତି ବିଭ୍ରାଟ
ଦାୟୀ କିଏ?
ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ଦାୟୀ କିଏ?
ନୀତି ବନ୍ଦ ପାଇଁ କାହା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡୁ ନିଯୋଗ
ପ୍ରଶାସନ ଚାହିଥିଲେ ପ୍ରଭୁ ଲିଙ୍ଗରାଜ ଉପାସ ରହିନଥାନ୍ତେ: ବଡ଼ୁ ନିଯୋଗ
କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ହେବ ବୋଲି ଜାଣିଥିଲା ପ୍ରଶାସନ
ବିଭ୍ରାଟ ଉପୁଜିବାର ଆଶଙ୍କା କରିଥିଲା ବଡ଼ୁ ନିଯୋଗ
ମନ୍ଦିର ପ୍ରଶାସନ, ଆଇନ ଓ ଦୋବୋତ୍ତର ବିଭାଗକୁ ଜଣାଇଥିଲା ବଡୁ ନିଯୋଗ
ନୀତିକାନ୍ତି ବନ୍ଦ ହେଲା, ଦେଖାଦେଲେନି ପ୍ରଶାସନ
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/15/lingarj-temple-2026-01-15-12-29-56.jpg)