କନକ ବ୍ୟୁରୋ : ବାହାରୁନି ସମାଧାନର ବାଟ, ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ବଡୁ ସେବାୟତ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକ ବିଫଳ ହୋଇଛି। ପୁଣିଥରେ ଆଲୋଚନା ଜାରି ରଖିଛି ମନ୍ଦିର ପ୍ରଶାସନ। ପୂର୍ବ ଘଟଣାର ଆଲୋଚନା ନ କରି। ଆଜି ଠୁ ନୀତି ଆରମ୍ଭ ପାଇଁ କହିଥିବାରୁ ଆଲୋଚନାରୁ ଅଧାରୁ ଉଠିଲେ ବ୍ରାହ୍ମଣ ନିଯୋଗ। ପ୍ରଥମେ କାଲି ଘଟିଥିବା ଘଟଣାର ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ବ୍ରାହ୍ମଣ ନିଯୋଗ। ସେପଟେ ବୈଠକ ବିଫଳ ହୋଇଥିଲେ ନି ଆମେ ନୀତିକାନ୍ତି କରିବା ପାଇଁ ପ୍ରସ୍ତୁତ। ଆମେ ଆମ ଦାୟିତ୍ୱ କରିବା କଥା କରିଛୁ ଆମେ ଦୁଆର ଖୋଲିଛୁ ଭକ୍ତ ମାନେ ମକର ସଂକ୍ରାନ୍ତି ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେଣୁ ପ୍ରଶାସନ ଯାହା ନିଷ୍ପତି ନେବେ ଆମେ ତାହା କରିବୁ ବୋଲି ବଡୁ ସେବାୟତ କହିଛନ୍ତି। ଏବେ ପୁଣିଥରେ ବୈଠକ ଚାଲିଛି। ଲିଙ୍ଗରାଜଙ୍କ ଘୃତ କମଳ ନୀତି ବନ୍ଦ ଘଟଣାକୁ ନେଇ ଆଲୋଚନା କରାଯାଉଛି। ଗତକାଲି ରାତିରୁ ମକର ମଣ୍ଡପରେ ବସିଛନ୍ତି ଠାକୁର। ବଡୁ ସେବାୟତ ଓ ବ୍ରାହ୍ମଣ ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି। ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି। ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ। କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ। ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି।
ଦୁଇଟି ପର୍ଯ୍ୟାୟରେ ବୈଠକ ପରେ ବି ବାହାରି ପାରିଲାନି ସମାଧାନର ବାଟ, ବଡୁ ବ୍ରାହ୍ମଣ ଓ ନିଯୋଗ ମଧ୍ୟରେ ବିବାଦରୁ ବନ୍ଦ ରହିଛି ନୀତିକାନ୍ତି
ଆଜି ଠୁ ନୀତି ଆରମ୍ଭ ପାଇଁ କହିଥିବାରୁ ଆଲୋଚନାରୁ ଅଧାରୁ ଉଠିଲେ ବ୍ରାହ୍ମଣ ନିଯୋଗ। ପ୍ରଥମେ କାଲି ଘଟିଥିବା ଘଟଣାର ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ବ୍ରାହ୍ମଣ ନିଯୋଗ। ସେପଟେ ବୈଠକ ବିଫଳ ହୋଇଥିଲେ ନି ଆମେ ନୀତିକାନ୍ତି କରିବା ପାଇଁ ପ୍ରସ୍ତୁତ। ଆମେ ଆମ ଦାୟିତ୍ୱ କରିବା କଥା କରିଛୁ ଆମେ ଦୁଆର ଖୋଲିଛୁ ଭକ୍ତ ମାନେ ମକର ସଂକ୍ରାନ୍ତି ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେଣୁ ପ୍ରଶାସନ ଯାହା ନିଷ୍ପତି ନେବେ ଆମେ ତାହା କରିବୁ ବୋଲି ବଡୁ ସେବାୟତ କହିଛନ୍ତି।
/kanak/media/media_files/2025/01/14/UigC4Qe4dqPOalUZvnbM.jpg)