ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠା ବିବାଦ ; ମନ୍ଦିର ପ୍ରଶାସନ ଉତ୍ତରଦାୟୀ କହିଲେ ବିଧାୟକ ବାବୁ ସିଂ

ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ଉଠା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । କହିଛନ୍ତି ଏହା ଆମ ଭାବାବେଗ ର କଥା ଏମିତି ଘଟଣା ହେବା କଥା ନୁହେଁ । ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା ସିକ୍ୟୁରିଟିକୁ ପ୍ରାଧାନ୍ୟ ଦିଆଯାଇଛି ।

BABU SINGH

କନକ ବ୍ୟୁରୋ :  ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ଉଠା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । କହିଛନ୍ତି ଏହା ଆମ ଭାବାବେଗ ର କଥା ଏମିତି ଘଟଣା ହେବା କଥା ନୁହେଁ । ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା ସିକ୍ୟୁରିଟିକୁ ପ୍ରାଧାନ୍ୟ ଦିଆଯାଇଛି । ଗତ କାଲିର ଘଟଣା ଉପରେ ଆଲୋଚନା ହେବ ଏଭଳି ଘଟଣା କିପରି ଆଗକୁ ନହେବ ତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ସେଲିବ୍ରେଟି ମାନେ ଜାଣି ନଥାଇ ପାରନ୍ତି କିନ୍ତୁ ମନ୍ଦିର ସେବାୟତ ମାନେ ସଚେତନ କରେଇବା କଥା କାହିଁକି କରେଇ ନାହାଁନ୍ତି ଅନୁଧ୍ୟାନ କରାଯିବ। ଏହାସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ । ଦୋଷୀ ଯିଏ ତାପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦର ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ଭିଡିଓ ମଧ୍ୟ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe