ଲିନ୍‌, ଆନ୍‌ ସେ’ ଜିତିଲେ ଇଣ୍ଡିଆନ୍ ଓପନ୍

Advertisment

ସେହିଭଳି ମହିଳା ଏକକ ଫାଇନାଲ୍‌ରେ ଟପ୍‌ ସିଡ୍‌ ତଥା ଗତଥର ବିଜେତା ଆନ୍‌ ସି’ ଚୀନର ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଖେଳାଳି ୱାଙ୍ଗ ଝିୟିଙ୍କୁ ୨୧-୧୩, ୨୧-୧୧ରେ ହରାଇ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲେ।

ସେହିଭଳି ମହିଳା ଏକକ ଫାଇନାଲ୍‌ରେ ଟପ୍‌ ସିଡ୍‌ ତଥା ଗତଥର ବିଜେତା ଆନ୍‌ ସି’ ଚୀନର ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଖେଳାଳି ୱାଙ୍ଗ ଝିୟିଙ୍କୁ ୨୧-୧୩, ୨୧-୧୧ରେ ହରାଇ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲେ।

win

win Photograph: (Kanak News)

କନକ ବ୍ୟୁରୋ: ଇଣ୍ଡିଆନ୍ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଓ ମହିଳା ଏକକରେ ଯଥାକ୍ରମେ ଚାଇନିଜ୍‌ ତାଇପେଇର ଲିନ୍-ଚୁନ୍-ୟି ଓ ଆନ୍‌ ସି’ ୟଙ୍ଗ୍‌ ବିଜେତା ହୋଇଛନ୍ତି। ଲିନ୍‌-ଚୁନ୍ ପ୍ରଥମ ଥର ପାଇଁ କୌଣସି ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଆନ୍‌ ସି’ ଦ୍ବିତୀୟ ଥର ଲାଗି ଇଣ୍ଡିଆନ୍ ଓପନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ୨୬ବର୍ଷୀୟ ତଥା ଦ୍ବାଦଶ ସିଡ୍‌ ଲିନ୍‌-ଚୁନ୍ ରବିବାରର ଫାଇନାଲ୍‌ରେ ତୃତୀୟ ସିଡ୍‌ ଜୋନାଥନ କ୍ରିଷ୍ଟିଙ୍କୁ ୨୧-୧୦, ୨୧-୧୮ରେ ପରାସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ... ଭାରତୀୟ ବୋଲରଙ୍କୁ ମିଚେଲ୍‌, ଫିଲିପ୍ସ ଛେଚିଲେ

ସେହିଭଳି ମହିଳା ଏକକ ଫାଇନାଲ୍‌ରେ ଟପ୍‌ ସିଡ୍‌ ତଥା ଗତଥର ବିଜେତା ଆନ୍‌ ସି’ ଚୀନର ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଖେଳାଳି ୱାଙ୍ଗ ଝିୟିଙ୍କୁ ୨୧-୧୩, ୨୧-୧୧ରେ ହରାଇ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ମହିଳା ଯୁଗଳରେ ଚୀନର ଲିୟୁ ସେଙ୍ଗସୁ ଓ ତାନ ନିଙ୍ଗ୍ ୨୧-୧୧. ୨୧-୧୮ରେ ଜାପାନର ପଞ୍ଚମ ସିଡ୍‌ ଖେଳାଳି ୟୁକି ଫୁକୁସିମା ଓ ସୟାକା ମାତସୁମୋତୋଙ୍କୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ମିଶ୍ରିତ ଯୁଗଳରେ ଥାଇଲାଣ୍ଡର ତୃତୀୟ ସିଡ୍‌ ଦେଚାପୋଲ ପୁଭାରନକୋର ଓ ସୁପିସାରା ପେସାମ୍ପର୍ଣ୍ଣ ବିଜେତା ମୁକୁଟ ପିନ୍ଧିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe