କନକବ୍ୟୁରୋ : ସହର ଆଲୋକୀକରଣ ହେବ  ।  ଅପରାଧ କମିବ ।  ଏମିତି ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା । ହେଲେ ଏହି ବ୍ୟବସ୍ଥା ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି  ।  ଏହିଭଳି ଚିତ୍ର କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି  ।  ଦୁହୁରିଆ ଠାରୁ ଜଜାଙ୍ଗ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି କାମ କରାଯାଇଥିଲା । ଏହି ଆଲୋକୀକରଣ ଯୋଜନାରେ ଦୁଇ କୋଟି ଖର୍ଚ୍ଚ ହୋଇଥିଲା  ।  ହେଲେ କେନ୍ଦ୍ରାପଡ଼ା ପୌରାଞ୍ଚଳର କେତେକ ଜାଗାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ।

Advertisment

ମାତ୍ର ଲାଇଟ୍ କେତେବେଳେ ଜଳୁଛି । କେତେବେଳେ ଜଳୁନି । ଦିନେ ଦିନେ ସମ୍ପୂର୍ଣ ଅନ୍ଧାର ହୋଇରହୁଛି ରାସ୍ତା । ଯାହାର ବିରୋଧ କରିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାକୁ ସାଧାରଣ ଲୋକେ ଦାବି କରିଛନ୍ତି  ।  ଏହା ଅପରାଧ ପ୍ରବଣ ହୋଇଥିବା ବେଳେ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି  । କିଛି ଦିନ ଲୋକେ ସୁବିଧାରେ ଯାଉଛନ୍ତି ଆଉ ପ୍ରାୟ ଦିନ ଅନ୍ଧାରରେ ରହୁଛି  ରାସ୍ତା  । ତେବେ ପଞ୍ଚାୟତ ଓ ପୌରାଞ୍ଚଳରେ ବିଦ୍ୟୁତ୍ ଦେୟକୁ ନେଇ ବିବାଦ ଥିଲା  । ସବୁକିଛି ଆଗାମୀ ଦିନରେ ସମାଧାନ ହୋଇଯିବ ବୋଲି ମିଳିଛି ପ୍ରତିଶ୍ରୁତି । ଟଙ୍କା ଖର୍ଚ୍ଚ ହୋଇ ଲାଇଟ କାମରେ ଆସୁନଥିବା ବେଳେ ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦେବ ସହିତ ଆଲୋକୀକରଣ ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି  ।