କନକ ବ୍ୟୁରୋ: ଗ୍ରାମାଞ୍ଚଳର ୩୦୦ ଜଣ ଯୁବକ ଓ ଯୁବତୀଙ୍କୁ ଦିଆଯାଇଛି ସନ୍ତରଣ ତାଲିମ। ଓଡ୍ରାଫ ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ଯେତେ ମୃତ୍ୟୁ ହେଉଛି ସେଥିରୁ ପ୍ରାୟ ୬୫% ପାଣିରେ ବୁଡ଼ି। ଜିଲ୍ଲା ଜରୁରୀକାଳିନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ରେ ଜିଲ୍ଲାରେ ୮୯ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ୨୦୨୧-୨୨ରେ ୭୦, ୨୦୨୨-୨୩ରେ ୯୨, ୨୦୨୩-୨୪ରେ ୬୬, ୨୦୨୪-୨୫ରେ ୮୦ ଏବଂ ୨୦୨୫-୨୬ରେ ଫେବ୍ରୁଆରି ୨୨ ତାରିଖ ସୁଦ୍ଧା ୭୩ ଜଣଙ୍କ ଜୀବନ ଯାଇଛି ପାଣିରେ। ଗତ ୬ ବର୍ଷରେ ପାଣିରେ ବୁଡ଼ି ୪୬୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ପ୍ରାକୃତିକ ଦୁର୍ବିପାକରୁ ବର୍ତ୍ତିବା ପାଇଁ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ। ଉଦ୍ଧାରକାରୀ ଦଳ ପଞ୍ଚିବା ପୂର୍ବରୁ ସ୍ଥାନୀୟ ଯୁବକ କିପରି ଜୀବନ ରକ୍ଷା କରିପାରିବେ ସେଥିପାଇଁ ଦିଆଯାଉଛି ପ୍ରଶିକ୍ଷଣ।
ଆହୁରି ପଢ଼ନ୍ତୁ.. ଠାକୁର ଜମିକୁ ବି ଛାଡ଼ିଲେନି: ପ୍ଲଟିଂ କରି ବିକିଦେଲେ!
ଜଙ୍ଗଲ ଓ ପର୍ବତ ଘେରା କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀ, ଜଳଭଣ୍ଡାର, ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳୀରେ ଅଧିକ ଅଘଟଣ ଘଟିଛି। ଜଳଭଣ୍ଡାର ଓ ନଦୀରେ ମାଛ ମାରିବାକୁ ଯାଇ ଏବଂ ପର୍ଯ୍ୟଟନ ସ୍ଥଳୀରେ ଗୋଡ଼ ଖସି ଓ ସେଲଫି ନେବା ବେଳେ ଅସାବଧାନତା କାରଣରୁ ଅକାଳରେ ଲିଭି ଯାଇଛି ବହୁ ଜୀବନ। ତାର ପ୍ରତିକାର ପାଇଁ ଜିଲ୍ଲାର ଗ୍ରାମାଞ୍ଚଳରେ ଯୁବ ବର୍ଗଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦିଆଯାଉଛି। ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୧୦ଟି ପର୍ଯ୍ୟାୟରେ ୩୦୦ ଯୁବକ ଓ ଯୁବତୀଙ୍କୁ ଦିଆଯିବ ତାଲିମ। ଯୁବପିଢ଼ିଙ୍କୁ ତାଲିମ ଦେଉଛନ୍ତି ଓଡ୍ରାଫ୍ ପ୍ରଶିକ୍ଷକ ।
ଯୁବପିଢ଼ି ଏହି ତାଲିମ ନେବା କରିବା ପରେ ଜିଲ୍ଲାରେ ବନ୍ୟା, ବାତ୍ୟା ଓ ପର୍ଯ୍ୟଟନ ସ୍ଥଳୀରେ ଘଟୁଥିବା ଅଘଟଣରେ ମୃତାହତଙ୍କ ସଂଖ୍ୟା କମିବ ବୋଲି ଆଶା ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/training-2026-03-01-19-44-30.jpg)