କନକବ୍ୟୁରୋ: ଦୀର୍ଘ ୪ ମାସରୁ ଅଧିକ ସମୟ ହେବ ଅନ୍ଧାରରେ ଜୀବନ ବିତାଉଛନ୍ତି ଗଞ୍ଜାମ ଧରାକୋଟ ବ୍ଲକ ସାଆବା ପଂଚାୟତର ଭାଲିଗୁଡା ଲୋକେ । ବଣ ପାହାଡ ଘେରା ଏହି ଆଦିବାସୀ ଗାଁରେ ୨୦୧୨ ମସିହାରୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ କେହି ବିଦ୍ୟୁତ୍ ବିଭାଗର ଅଧିକାରୀ କେବେ ଯାଆନ୍ତି ନାହିଁ  । 

Advertisment

ଫଳରେ ୨୦୧୨ ମସିହାରୁ ଗାଁ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ଦିଆଯାଉ ନଥିଲା  । ଏବେ ଗାଁରେ ଥିବା ଟ୍ରାନସଫର୍ମରଟି ଖରାପ ହୋଇଯାଇଛି । ୨୦୧୨ ମସିହାରୁ ଥିବା ବକେୟା ରାଶି ଦେଲେ ପୁଣି ବିଦ୍ୟୁତ୍ ଦିଆଯିବ ବୋଲି ଆଳ ଦେଖାଇ ବିଦ୍ୟୁତ୍ ବିଭାଗ ଗାଁକୁ ବିଜୁଳି ସଂଯୋଗ ଦେଉନାହିଁ ।

ଯାହାଦ୍ବାରା ପିଲାମାନଙ୍କ ପାଠ ପଢାରେ ବ୍ୟାଘାତ ହେଉଛି  । ମହମବତୀ ଓ ଡିବି ଲଗାଇ ଭବିଷ୍ୟତ ଗଢୁଛନ୍ତି  । ଭାଲିଗୁଡ଼ା ଗାଁ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଆସିକା ପ୍ରତିନିଧି ମନୋଜ ଗୌଡ।