ଜୀବିକା ପାଇଁ ବାଜିରେ ଲାଗୁଛି ଜୀବନ; ଭରା ନଦୀ ପାରି ହେବାକୁ ସାହାର ପାଲଟିଛି ଭଙ୍ଗା କାଠ ପୋଲ

Advertisment

କନ୍ଧମାଳ ଫୁଲବାଣୀ ବ୍ଲକର ବୁଢ଼ାଦାନୀ ଗାଁ ନିକଟରେ ପ୍ରବାହିତ ହେଉଛି ସାଲୁଙ୍କି ନଦୀ । ଆଉ ଜୀବନ ଜୀବିକା ପାଇଁ ଏହି ନଦୀ ପାର ହେବାକୁ ପଡ଼େ । ନଦୀ ଉପରେ ପୋଲ ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି ଲୋକେ ।

କନ୍ଧମାଳ ଫୁଲବାଣୀ ବ୍ଲକର ବୁଢ଼ାଦାନୀ ଗାଁ ନିକଟରେ ପ୍ରବାହିତ ହେଉଛି ସାଲୁଙ୍କି ନଦୀ । ଆଉ ଜୀବନ ଜୀବିକା ପାଇଁ ଏହି ନଦୀ ପାର ହେବାକୁ ପଡ଼େ । ନଦୀ ଉପରେ ପୋଲ ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି ଲୋକେ ।

Wood Bridge

କନକ ବ୍ୟୁରୋ : ଜୀବିକା ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ । ଭରା ନଦୀରେ ଭଙ୍ଗା କାଠ ପୋଲ ଉପରେ ଯାତାୟାତ କରୁଛନ୍ତି ଲୋକେ । ଅନେକ ଗୁହାରି ପରେ ବି ଉପାନ୍ତ ଗ୍ରାମବାସୀଙ୍କ ସ୍ୱର ପହଁଚି ପାରୁନି ପ୍ରଶାସନ କାନରେ । କନ୍ଧମାଳ ଫୁଲବାଣୀ ବ୍ଲକର ବୁଢ଼ାଦାନୀ ଗାଁ ନିକଟରେ ପ୍ରବାହିତ ହେଉଛି ସାଲୁଙ୍କି ନଦୀ । ଆଉ ଜୀବନ ଜୀବିକା ପାଇଁ ଏହି ନଦୀ ପାର ହେବାକୁ ପଡ଼େ । ନଦୀ ଉପରେ ପୋଲ ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି ଲୋକେ । କିନ୍ତୁ ପ୍ରଶାସନ ଦାବି ନ ଶୁଣିବାରୁ ଗ୍ରାମବାସୀମାନେ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି।

ବୁଢାଦାନୀ ସମେତ ୭ରୁ ୮ଟି ଗାଁର ଲୋକ କାଠ ପୋଲ ଉପରେ ତୁଡ଼ିପାଜୁକୁ ଯାଇ ସେଠାରୁ ବିଭିନ୍ନ ସ୍ଥାନକୁ ଯାଆନ୍ତି । ତୁଡ଼ିପାଜୁ ଯିବା ପାଇଁ ଅନ୍ୟ ଏକ ବାଟ ଥିବା ବେଳେ ୪ରୁ ୫ କିଲୋମିଟର ଦୂର ଯିବାକୁ ପଡୁଛି । ତେଣୁ ଗାଁ ଲୋକେ କାଠ ପୋଲ ତିଆରି କରି ଯାତାୟତ କରୁଛନ୍ତି । ବିପଦ ସଂକୁଳ ଭାବେ ନଦୀ ପାର ହେଉଛନ୍ତି । ପ୍ରଶାସନିକ ଅଧିକାରୀ, ସାଂସଦ ଓ ବିଧାୟକଙ୍କୁ ଗୁହାରି କଲେ ମଧ୍ୟ ପୋଲଟିଏ ନିର୍ମାଣ ହୋଇପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ପ୍ରତିବର୍ଷ ବର୍ଷା ଦିନେ ନଦୀରେ ପାଣି ଆସିବା ପରେ କାଠ ପୋଲ ଭାସିଯାଏ ଏବଂ ପୁଣି ନିଜ ଉଦ୍ୟମରେ ଏହାକୁ ସଜାଡ଼ିଥାନ୍ତି ଗ୍ରାମବାସୀ । ତେଣୁ ଖୁବଶୀଘ୍ର ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe