କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟକ୍ତ ହୋଇପଡ଼ିଛି । କପ୍ତିପଦାରେ ଏଭଳି ଅବସ୍ଥା । ଦବି ଭାଙ୍ଗିଗଲା ପୋଲ ରାସ୍ତା । ରାସ୍ତା ଉପରେ ସୃଷ୍ଟି ହେଲା ବିରାଟ ଗାତ । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଯଡିଦା ପଞ୍ଚାୟତ ଭାଲୁହୁରୁଡ଼ା ଗ୍ରାମରେ । କପ୍ତିପଦା-କେନ୍ଦୁଝରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରୁ ଭାଲୁହୁଡୁରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଅବସ୍ଥା ।  ପୋଲ ଉପର ରାସ୍ତା ଦବି ଯିବା ସହିତ ତିଆରି ହୋଇଛି ବଡ଼ ଗାତ । ଯାହା ଫଳରେ ପୋଲ ଦେଇ ଯାତାୟାତ ଠପ ହୋଇପଡ଼ିଛି । ପୋଲ ଉପରେ ପ୍ରାୟ ୪ ଫୁଟର ଗର୍ତ୍ତ ତିଆରି ହୋଇଥିବା ବେଳେ ଧୀରେ ଧୀରେ ତାହା ବଡ଼ ଆକାର ନେବାରେ ଲାଗିଛି । ଏହି ପୋଲ ରାସ୍ତାରେ ଗର୍ତ୍ତ ତିଆରି ହେବାରୁ ଭାଲୁହୁଡୁରା, ଠାକୁରାସାହି, ତତାସାହି, ଜାନୁସାହି କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । 

Advertisment

ଲଗାଣ ବର୍ଷାରେ ମାଲକାନଗିରି  ବୁଡ଼ିଲା ପୋଲ । ମାଲକାନଗିରି କାଲିମେଳା ଏମଭି ୯୬ରେ ପୋଲ ଉପରେ ଚାଲୁଛି ୩ ଫୁଟର ପାଣି । ଏହି ବ୍ରିଜ୍ ବୁଡ଼ିବା ଫଳରେ କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ପୋଲର ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ବନ୍ୟା ପାଣି ଚାଲୁଛି । ଏହି ନାଳ ଉପରେ ଆଉ ଏକ ବଡ଼ ବ୍ରିଜ୍ ନିର୍ମାଣଧିନ ଅବସ୍ଥାରେ ପଡି ରହିଛି। ୩ ବର୍ଷ ହେଲାଣି ଏହି ନୂତନ ବ୍ରିଜର କାମ ଆରମ୍ଭ ହୋଇଛି ହେଲେ ଶେଷ ହୋଇ ପାରି ନାହିଁ  । ଫଳରେ ଏଠାକାର ଲୋକ ବର୍ତ୍ତମାନ ଏହି ଛୋଟ ପୋଲ ଉପରେ ନିର୍ଭର କରୁଛନ୍ତି। ହେଲେ ସାମାନ୍ୟ ବର୍ଷାରେ ଏହି ପୋଲ ଏଭଳି ବୁଡ଼ିଯାଉଛି । ଆଉ ସ୍ଥାନୀୟ ଲୋକଙ୍କ ଯାତାୟତରେ ବାଧା ଉପୁଜୁଛି । 

ଗତକାଲିର ପ୍ରବଳ ବର୍ଷାରେ ନାରାୟଣପାଟଣା ବ୍ଲକର ବିଜାଘାଟି ନିକଟରେ ବି ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା । ପାହାଡ଼ର ମାଟି ରାସ୍ତା ଉପରେ ପଡ଼ିଥିବା କାରଣରୁ ଦାମନଯୋଡି ଠାରୁ ନାରାୟଣ ପାଟଣା କୁ ଯୋଗାଯୋଗ ବିଛିନ ହଇରହିଥିଲା । ଖବର ପ୍ରସାରଣ ପରେ ଅଗ୍ନିଶମ ବିଭାଗ ପହଂଚି ରାସ୍ତାକୁ ସଫା କରିଥିଲେ, ବର୍ତ୍ତମାନ ଯାତାୟାତ ସ୍ୱାଭାବିକ ହୋଇଛି ।