କନକବ୍ୟୁରୋ: ବିଷାକ୍ତ ମଦ ନେଉଛି ଜୀବନ । ବିହାରରେ ବିଷାକ୍ତ ମଦ ପିଇ ୨୭ ଲୋକଙ୍କ ମୃତ୍ୟୁ । ବିହାର ଶିବାନା ଜିଲ୍ଲାର ଛପରା ନିକଟରେ ବିଷାକ୍ତ ମଦ ପିଇ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ୨୪ ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ବିଷାକ୍ତ ମଦ ପାଇଁ ଅନେକ ଲୋକ ଦୃଷ୍ଟି ଶକ୍ତି ହରାଇଥିବା ମଧ୍ୟ ଅଭିଯୋଗ ହେଉଛି ।