କନକବ୍ୟୁରୋ :ନବରଙ୍ଗପୁର ଜିଲ୍ଲାରେ ଭୟ ବଢ଼ାଇଲାଣି ଝାଡ଼ାବାନ୍ତି । ୧୫ ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମୃତକ ହେଲେ ଝରିଗାଁ ବ୍ଲକ ଚେପଟିଆମ୍ବା ଗାଁର ମଧୁ ଜାନି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ଝରିଗାଁ ବ୍ଲକର ଚେପଟିଆମ୍ବା ଗାଁ ଓ ପାପଡାହାଣ୍ଡି ବ୍ଳକର ଗାଦବାକତରା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ।

Advertisment

ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ତେଣୁ ପାଣିକୁ ଫୁଟାଇ ପିଇବା ସହ ଘର ଚାରିପାଖ ପରିଷ୍କାର ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଯେଉଁମାନେ ଗୁରୁତର ଅଛନ୍ତି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ମାନଙ୍କୁ ଗାଁରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଉଭୟ ଗାଁରେ ଡାକ୍ତରୀ ଟିମ୍‌ ଉପସ୍ଥିତ ରହି ଲୋକଙ୍କ ଚିକିତ୍ସା କରିବା ସହ ସଚେତନ କରାଉଛନ୍ତି ।