କନକ ବ୍ୟୁରୋ : କଟକ ୨ ନମ୍ବର ୱାର୍ଡ ଅନ୍ତର୍ଗତ ବିଡ଼ାନାସୀ ନୂଆସାହି ଆଦିବାସୀ ବସ୍ତିରୁ ଆସିଛି ଚାନ୍ତାଜନକ ଦୃଶ୍ୟ । ତିନିବର୍ଷ ହେଲା ୧୭ ପରିବାର ଏମିତି ରହୁଛନ୍ତି । ୨୦୨୨ ମସିହାରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସିଏମ୍ସି ବସ୍ତି ଉଚ୍ଛେଦ କରିଥିଲା । ଧବଳେଶ୍ବର ଗଡ଼ା ନିକଟରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ସିଏମ୍ସି । କିନ୍ତୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ । ଉଚ୍ଛେଦ ପରେ ସେହିସ୍ଥାନରେ ଭଙ୍ଗାଟିଣ ଓ ଜରିପାଲ ତଳେ ଖରାବର୍ଷା ଏବଂ ଶୀତ କାକରେରେ ଲୋକ ରହୁଛନ୍ତି । ଏନେଇ ମେୟର ଓ କମିସନରଙ୍କୁ ଭେଟି ବାରମ୍ବାର ଦୁଃଖ ଜଣାଇଛନ୍ତି, ଧାରଣା ବି ଦେଇଛନ୍ତି, ହେଲେ ଫଳ ଶୂନ ।
ଏହା ଭିତରେ ସରକାର ବଦଳିଛନ୍ତି, ୪ ଜଣ କମିସନରଙ୍କ ବଦଳି ହେଲେଣି । କିନ୍ତୁ ଏମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି । ମେୟର ଲିଖିତ ଭାବେ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ମେୟର କହିଛନ୍ତି, ସମସ୍ତଙ୍କୁ ନିଶ୍ଚିତ ଥଇଥାନ କରାଯିବ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ଏବେ ଦେଖିବାର କଥା, ମେୟର କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି, ଆଉ ବାସ ହରାଇଥିବା ବସ୍ତି ବାସିନ୍ଦାଙ୍କୁ କେବେ ଥଇଥାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/06/n1UZLd0K36wn5ytBFmE6.jpg)