କନକ ବ୍ୟୁରୋ : ଦଦରା କୁଡ଼ିଆରେ ବିତୁଛି ଜୀବନ । ଘରଦ୍ବାର ନଥିବା ବେଳେ ଅସହାୟ ଜୀବନ ଜୀଉଁଛନ୍ତି ଭାଇ ଭଉଣୀ । ଦିବ୍ୟାଙ୍ଗ ଭଉଣୀ ପାଇଁ ଜଗି ରହିଛି ଭାଇ । ବୈପାରିଗୁଡା ବ୍ଲକ ପାଲିଗୁଡା ଗାଁର ମଦନ କରଲିଆ ନିଜ ଦିବ୍ୟାଙ୍ଗ ଭଉଣୀ ପାଇଁ ଦିନ ରାତି ଲାଗିପଡିଛନ୍ତି । ନିଜେ ଏକା ରହିବା ସହ ଭଉଣୀର ଦେଖାଶୁଣା କରୁଛନ୍ତି । ପାଞ୍ଚ ବର୍ଷ ତଳେ ବାପା ମାଆ ହାତ ଧରାଧରି ହୋଇ ଆରପାରିକୁ ଚାଲିଯିବା ପରେ ଦୁହେଁ ଭାଇ ଭଉଣୀ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଭଙ୍ଗା ଦଦରା କୁଡ଼ିଆରେ ଏକ ପଲିଥିନ୍ ଢାଙ୍କି ରହିବାକୁ ପଡୁଛି। ବର୍ଷା ଦିନେ ଘର ଭିତରେ ଆଣ୍ଠୁଏ ପାଣି ଜମି ଯାଉଛି ।  ମଦନ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଦଉଇ ପ୍ରାଣୀ ଚଳିବା କଷ୍ଟକର ହୋଇପଡୁଛି ।

Advertisment

ବହୁ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଆବଦେନ କରିଥିଲେ ମଦନ । ହେଲେ ଏପର୍ୟ୍ୟନ୍ତ ଆବାସ ଘର ଖଣ୍ଡିଏ ବି ମିଳିପାରିଲାନି । ଅନ୍ୟ ସବୁ ଯୋଜନାରୁ ମଧ୍ୟ ବଂଚିତ ଏହିଦୁଇ ଭାଇ ଭଉଣୀ । ଏନେଇ କିଛି ସରକାରୀ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ମଦନ । ଦଦରା କୁଡ଼ିଆରେ ଜୀବନ ବିତାଉଥିବା ଏହି ଦୁଇ ଭାଇ ଭଉଣୀଙ୍କୁ ଘର ଖଣ୍ଡିଏ ସହ କିଛି ସରକାରୀ ସାହାଯ୍ୟ ଯୋଗାଇଲେ ଦୁଇ ଜଣ ଉପକୃତ ହୋଇପାରିବେ ।