କନକ ବ୍ୟୁରୋ : ପୁତ୍ର ହନ୍ତା ପିତାକୁ ଆଜୀବନ କାରାଦଣ୍ଡ । ଶିଶୁ ପୁତ୍ରକୁ ହତ୍ୟା ମାମଲାର ଶୁଣାଣି କରି ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ପିଆଇଡି କୋର୍ଟ । ଶିଶୁ ପୁଅକୁ ହତ୍ୟା ମାମଲାରେ ଦୁଲା ରାମ ବସ୍କେକୁ ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଦୋଷୀ ଦୁଲା ରାମ ବକ୍ସେଙ୍କୁ ଆଜୀବନ ଜେଲଦଣ୍ଡ ସହ ୫ ହଜାର ଟଙ୍କାର ଜରିମାନା କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ପିଆଇଡି କୋର୍ଟ ବିଚାରପତି ବିଶ୍ବଜିତ ଦାସ ।
ବାଲେଶ୍ବର ଖଇରା ଥାନା ଅଞ୍ଚଳରେ ଜାନୁୟାରୀ ୧୯ ତାରିଖ ୨୦୨୩ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଗୌରୀ ବାସ୍କେ ପୁଅକୁ ତା ନିଜ ବାପା ହତ୍ୟା କରିଥିବା ଅଭିଯୋଗ କରିଥିଲେ । ୧୨ ଜଣ ସାକ୍ଷୀ ଓ ୧୫ଟି ଦଲଲି ଓ ଦସ୍ତାବିଜ ଆଧାରରେ ରାୟ ଶୁଣାଣିଛନ୍ତି ମାନ୍ୟବର କୋର୍ଟ । ଏହି ମାମଲା ରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।