କନକ ବ୍ୟୁରୋ: ବିଗତ କିଛି ମାସରେ ଜଳପ୍ରପାତ ଅନେକ ଅଘଟଣ ଖବର ଆସିଛି । ପ୍ରାକୃତିକ ପରିବେଶ ଭିତରେ ଜଳପ୍ରପାତ ଆମୋଦପ୍ରମୋଦ ପାଇଁ ଲୋକଙ୍କ ଗହଳି ଜମୁଛି । ଜଳପ୍ରପାତରେ କିଏ ସେଲଫି ଉଠାଉଛି ତ କିଏ ପାଣିରେ ଚାଲୁଛି । ଜଳକ୍ରୀଡାରେ ସମସ୍ତେ ବ୍ୟସ୍ତ ରହୁଛନ୍ତି ।
ହେଲେ ସୁରକ୍ଷା ପାଇଁ ନା କୌଣସି ବ୍ୟବସ୍ଥା ରହିଛି ନା କୌଣସି ସୂଚନା ଫଳକ ଲାଗିଛି । କେହି ପାଣିରେ ବୁଡ଼ିଗଲେ ଆଖ ପାଖରେ କୌଣସି ଅଗ୍ନିଶମ ବାହିନୀ ଉପସ୍ଥିତ ରହୁନାହାନ୍ତି । ପର୍ଯ୍ୟଟକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ନୂଆ ତେଣୁ ଏହି ଜଳପ୍ରପାତର ସ୍ଥିତି ବିଷୟରେ ଜାଣିବା ସମ୍ଭବ ନୁହେଁ । ହେଲେ ଏଠାରେ କୌଣସି ସୂଚନା ଫଳକ ନଥିବାରୁ, ନିଜେ ସଚେତନ ରହିବା ଜରୁରୀ । ବାଲଡିହା ଡ୍ୟାମ୍ର ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ ।