Photograph: (kanaknews)
କନକ ବ୍ୟୁରୋ: ବାଣ ନେଉଛି ଜୀବନ। ବେଇଆନ ବାଣ କାରବାର ଯୋଗୁ ଅକାଳରେ ଚାଲି ଯାଉଛି ଅନେକ ଜୀବନ। ଦୁଇ ବର୍ଷ ରେ ଗଲାଣି ୨୩ ଜୀବନ। ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ଦୁଇ ବର୍ଷରେ ରାଜ୍ୟରେ କେଉଁ କେଉଁ ସ୍ଥାନରେ ବାଣ ବିସ୍ଫୋରଣ ଘଟିଛି, ବାଣ ବିସ୍ଫୋରଣରେ କେତେ ଜଣଙ୍କ ଜୀବନ ହାନି ଘଟିଛି, ବେଆଇନ୍ ବାଣ ପ୍ରସ୍ତୁତ କରୁଥିବା କେତେ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି ବୋଲି ବିଧାନସଭାରେ ଅଣତାରକା ପ୍ରଶ୍ନ କରିଥିଲେ ବିଧାୟିକା ସୁବାସିନୀ ଜେନା । ଏହାର ଲିଖିତରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆହୁରି ପଢ଼ନ୍ତୁ:ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ୧.୨୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
Follow Us