କନକ ବ୍ୟୁରୋ : ଭବିଷ୍ୟତ ସୁରକ୍ଷିତ ରଖିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର । ବିଶେଷ କରି ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ଏହି ସବୁ ସ୍କିମ୍ ଆରମ୍ଭ କରାଯାଇଛି । ଏଭଳି ସବୁ ସ୍କିମ୍ରେ ନିବେଶ କରି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏକ ଭଲ ରିଟର୍ଣ୍ଣ ପାଇ ପାରିପାରିବେ । ଏହି ସବୁ ଯୋଜନା ମାର୍କେଟ୍ ଲିଙ୍କ୍ ନଥିବାରୁ ଏଥିରେ ରିସ୍କ ମଧ୍ୟ କମ୍ ଥାଏ । ଆଜି ଆମେ ଆପଣଙ୍କୁ ଏଭଳି ହିଁ ଏକ ଯୋଜନା ବିଷୟରେ କହିବୁ । ଏହି ସ୍କିମ୍ରେ ପ୍ରତିବର୍ଷ ମୂଳଧନ ଉପରେ ୮ ପ୍ରତିଶତ ସୁଧ ମିଳିବ । ତେବେ ଆଜି ଆମେ ଯେଉଁ ଯୋଜନା ବିଷୟରେ ଆମେ ଆପଣଙ୍କୁ କହିବୁ ତାହା କନ୍ୟାରତ୍ନକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାର ନାମ ହେଉଛି ଏଲ୍ଆଇସି କନ୍ୟାଦାନ ଯୋଜନା ।
ଝିଅଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଏଲ୍ଆଇସି କାର୍ଯ୍ୟକାରୀ କରିଛି କନ୍ୟାଦାନ ଯୋଜନା । ଏହି ଯୋଜନାରେ ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ ସଞ୍ଚୟ କରି ଏକ ମୋଟା ଅଙ୍କର ଅର୍ଥ ଜମା କରିପାରିବେ । କନ୍ୟାରତ୍ନଙ୍କ ନାଁରେ ବା ପରିବାରର ଝିଅଙ୍କ ନାଁରେ ଏହି ଯୋଜନାରେ ନିବେଶ କରିହେବ । ସବୁଠାରୁ ବଡ଼ କଥା ହେଉଛି ଏହି ଯୋଜନାରେ ଟଙ୍କା ମାଚ୍ୟୁରିଟି ପୂର୍ବରୁ ନିବେଶକଙ୍କ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଦେବ ଏଲ୍ଆଇସି ।
ଏହି ସ୍କିମ୍ରେ ନିବେଶ କରିବା ପାଇଁ ଯୋଗ୍ୟତା ଓ କେଉଁ ଦସ୍ତାବିଜ୍ ଆବଶ୍ୟକ ତାହା ଜାଣିବା ଜରୁରୀ । ଏଲ୍ଆଇସି କନ୍ୟାଦାନ ପଲିସି ଇନ୍କମ୍ ଟ୍ୟାକ୍ସ ଆକ୍ଟ୍ ୧୯୬୧ ସେକ୍ସନ ୮୦ସି ମଧ୍ୟରେ ଆସୁଛି । ଏଣୁ ମାଚ୍ୟୁରିଟି ସମୟରେ ଏଥିରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସଛାଡ଼ ପାଇବେ ଗ୍ରାହକ । ଏହି ପଲିସିରେ ନିବେଶ କରିବାକୁ ହେଲେ ଝିଅର ବୟସ ଅତି କମ୍ରେ ୧ ବର୍ଷ ହୋଇଥିବା ଆବଶ୍ୟକ । ଏହାଛଡ଼ା ଝିଅର ବାପାଙ୍କ ଆଧାରକାର୍ଡ, ଆୟ ପ୍ରମାଣପତ୍ର, ଠିକଣା ପ୍ରମାଣ ପତ୍ର ଓ ପାସ୍ପୋର୍ଟ ସାଇଜ୍ ଫୋଟର ଆବଶ୍ୟକତା ରହିବ ।
୧୩ରୁ ୨୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ରହିଛି । ପ୍ରତିଦିନ ୧୨୧ ଟଙ୍କା ହିସାବରେ ପ୍ରତିମାସରେ ୩୭୦୦ ନିବେଶ କଲେ ୨୫ ବର୍ଷ ପରେ ୨୭ ଲକ୍ଷ ଟଙ୍କା ପାଇପାରିବେ ଲୋକେ । ତେବେ ଗ୍ରାହକ ନିବେଶ ରାଶିକୁ କମ୍ କିମ୍ବା ବେଶି କରିପାରିବେ । ସେହି ଅନୁଯାୟୀ ରିଟର୍ଣ୍ଣ ମଧ୍ୟ ମିଳିବ । ଏଭଳି ଭାବରେ ଏଲ୍ଆଇସି କନ୍ୟାଦାନ ଯୋଜନା ମାଧ୍ୟମରେ ମୋଟା ଅଙ୍କର ଅର୍ଥରାଶି ଜମା କରିପାରିବେ ଲୋକେ ।