କନକ ବ୍ୟୁରୋ:  ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି । ଆଗାମୀ ୨୭ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପରିଚାଳନାର ତଦାରଖ ଓ ଆଇନ ଶୃଂଖଳା ରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଳାପାଳମାନଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି ବୋର୍ଡ ସମ୍ପାଦକ । ବୋର୍ଡକୁ ପଠାଯିବା ପର୍ଯ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ । ଏଥିସହ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ନିବେଦନ କରାଯାଇଛି। ଆସନ୍ତା ୨୭ ତାରିଖରେ ରାଜ୍ୟରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ।

Advertisment

ସକାଳ ୯ଟାରୁ ୧୧ଟା ୩୦ ଓ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି ହେବାରୁ ଜୁଲାଇ ୨୦ରେ ପରୀକ୍ଷା ବାତିଲ ହୋଇଥିଲା । ତାପରେ ଓଟିଇଟି ପ୍ରଶ୍ନପତ୍ର ଚୋରିକୁ ନେଇ ଖୋଳତାଡ ପରେ ବଡ କେଳେଙ୍କାରୀ ସାମନାକୁ ଆସିଥିଲା । ପ୍ରଶ୍ନପତ୍ର ଚୋରି ପଛରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୋର୍ଡ ଉପସଭାପତିଙ୍କ ସମେତ ପ୍ରାୟ ୮ଜଣ କର୍ମଚାରୀ ଗିରଫ ହୋଇଛନ୍ତି । ତେଣୁ ଏଥର ଶୃଂଖଳାର ସହ, ବିନା ତ୍ରୁଟିରେ ଓଟିଇଟି ପରୀକ୍ଷା ସାରିବା ବୋର୍ଡ କର୍ତ୍ତୁପକ୍ଷଙ୍କ ପାଇଁ ବଡ ଆହ୍ବାନ ପାଲଟିଛି ।