ବାଂଲାଦେଶୀ ରହୁଥିବା ସନ୍ଦେହ  ; ସୀମାନ୍ତ ଗାଁରେ ପୁଲିସର ଛାନଭୀନ୍

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଗାଁରେ ଦିନକୁ ଦିନ ବଙ୍ଗୀୟ ତଥା ବାଂଲାଦେଶୀଙ୍କ ପ୍ରାଦୃଭାବ ବଢ଼ିବା ସହିତ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଗାଁରେ ଦିନକୁ ଦିନ ବଙ୍ଗୀୟ ତଥା ବାଂଲାଦେଶୀଙ୍କ ପ୍ରାଦୃଭାବ ବଢ଼ିବା ସହିତ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ।

28୧

Photograph: (kanakNews)

କନକ ବ୍ୟୁରୋ : ବାଂଲାଦେଶୀ ସନ୍ଦେହରେ ସୀମାନ୍ତ ଗାଁରେ ପୁଲିସର ଛାନଭିନ୍‌ । ପୂର୍ବରୁ ଗାଁ ଲୋକମାନେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁର ଗାଁରେ ଅନୁପ୍ରବେଶକାରୀ ବାଂଲାଦେଶୀ ରହୁଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଖବର ପ୍ରସାରଣ ପରେ ଆଜି ତାଳସାରୀ ପୁଲିସ ସୀମାନ୍ତ ଗାଁରେ ଚଢ଼ାଉ କରିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଗାଁରେ ଦିନକୁ ଦିନ ବଙ୍ଗୀୟ ତଥା ବାଂଲାଦେଶୀଙ୍କ ପ୍ରାଦୃଭାବ ବଢ଼ିବା ସହିତ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ।

ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହୋଇଛି । ଗାଁରେ କେତେକ ଭଡ଼ାଟିଆ ଉକ୍ତ ଦେହ ବ୍ୟବସାୟୀଙ୍କୁ ଘରଭଡ଼ା ଦେଇ ରଖୁଥିବାରୁ ଏହାକୁ ବିରୋଧ କରି ଗାଁ ଲୋକେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ । ଆଜି ସକାଳୁ ତାଳସାରୀ ମେରାଇନ ପୁଲିସ ଦୁଇଟି ଟିମ୍‌ ନେଇ ବିଭିନ୍ନ ଭଡ଼ା ଦିଆଯାଉଥିବା ଘରେ ଚଢ଼ାଉ କରିଛନ୍ତି । ଘର ମାଲିକଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଯାଞ୍ଚ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe