କନକ ବ୍ୟୁରୋ : ରାଉରକେଲା  ସମ୍ବାଦ ଗ୍ରୁପ ଆନୁକୂଲ୍ୟରେ ସମ୍ବାଦ ଡିଜିଟାଲ ତରଫରୁ ରାଉରକେଲା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଲେଟସ ସଟଲ୩.୦ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମାନଜନକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବରିଷ୍ଠ ବର୍ଗର ଶୁଭମ ଦାଶ ଏବଂ ଅଭିଜିତ ଜେନା ଚାମ୍ପିଅନ, ଅମିତ ପରିଡା ଏବଂ ରାହୁଲ ରାୟ ରନର୍ସ ଅଫ୍ ହୋଇଥିଲେ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ଫାଇନାଲ ମ୍ୟାଚରେ ଶୁଭମ-ଅଭିଜିତ ଯୋଡି ୨-୧ ସେଟରେ ବିଜୟୀ ହୋଇଥିଲେ । ଏହି ବର୍ଗରେ ସୌମେନ ଶେଖର ଦାସ, ଓ ସୁମନ୍ତ ମହନ୍ତ ଏବଂ ସଲିମ୍ ଖାନ ଓ ଶୁଭମ୍ ନଥାନିଙ୍କ ଯୋଡି ସେମିଫାଇନାଲ ଖେଳିଥିଲେ । ସମସ୍ତ ଚାମ୍ପିଅନ, ରନର୍ସଅପ୍ ଓ ସେମିଫାଇନାଲିଷ୍ଟଙ୍କୁ ଟ୍ରଫି ସହ ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ସକାଳେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନତେଶ ଓଧୱାନୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବରେ ସ୍ୱିଟ ଲାଇଫ ଡାଇବେଟିକ କେୟାରର ମୁଖ୍ୟ ଚିକିତ୍ସକ ଡ.ଏ ନାୟକ, ସାଇ ସ୍ପେଶାଲିଷ୍ଟ କ୍ଲିନିକର ଅବକାଶ ଦେଓ ଅତିଥିଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ବରିଷ୍ଠ ବ୍ୟାଡମିଣ୍ଟନ କୋଚ ଏମଡି ହାସିମ୍, ଏବଂ ବରିଷ୍ଠ ଖେଳାଳି ଗୁରମିତ୍ ସିଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।