କନକ ବ୍ୟୁରୋ : ସାରା ରାଜ୍ୟରେ ଚାଲିଛି ଲେଟସ ସଟଲ ୦.୩ । ଆଉ ଏହାର ଆୟୋଜନ କରୁଛନ୍ତି ରାଜ୍ୟର ସର୍ବବୃହତ ଗଣମାଧ୍ୟମ ସଂସ୍ଥା ସମ୍ବାଦ ଗ୍ରୁପ । ଏହି କ୍ରମରେ ସମ୍ବାଦ ଡିଜିଟାଲ ତରଫରୁ ସମ୍ବଲପୁର ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ଇନଡୋର ହଲରେ ଲେଟସ୍ ସଟଲ ୦.୩ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହାକୁ ଉଦଘାଟନ କରିଥିଲେ ଉତ୍ତରାଚଂଳ ଆଇଜି ହିମାଂଶୁ ଲାଲ । କେବଳ ଆୟୋଜନ ନୁହେଁ ବରଂ କିଛି ସମୟ ପାଇଁ ସେ ମଧ୍ୟ ଏହି ବ୍ୟାଡମିଣ୍ଟନ ଖେଳିଥିଲେ । ଜଣେ ପ୍ରତିଯୋଗୀ ପ୍ରଦୀପ ପାଢୀଙ୍କ ସହ ହିମାଂଶୁ ଲାଲଙ୍କ ଖେଳ ଦେଖି ଉପସ୍ଥିତ ପ୍ରତିଯୋଗୀମାନେ ବିମୋହିତ ହୋଇଥିଲେ । ଜମ୍ବଲଡ ବର୍ଗରେ ମହମ୍ମଦ ସାଦ୍ଧିକ ଓ ମହମ୍ମଦ ଆକବରଙ୍କ ଯୋଡି ରିମନ ବେହେରା ଓ ବିରଞ୍ଚି ନାରାୟଣ ଦାଶଙ୍କୁ ପରାଜିତ କରିଥିଲେ । ସେହିପରି କର୍ପୋରେଟ ବର୍ଗରେ ଦୀପ ପ୍ରସାଦ ନାୟକ ଓ ସୁରଜ ବେହେରା ବିଜୟୀ ହୋଇଥିଲେ । ସମ୍ବାଦ ସମ୍ବଲପୁର ସଂସ୍କରଣର ମୁଖ୍ୟ ସୁବ୍ରତ କୁମାର ନାୟକ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ବାଦ ଡିଜିଟାଲର ଆଂଚଳିକ ପ୍ରବନ୍ଧକ ଲଲାଟେନ୍ଦୁ ସ୍ୱାଇଁ ଓ ନିର୍ବାହୀ ଇମବାଦ ଅଲ୍ଲୀଙ୍କ ସଂଯୋଜନାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।