କନକ ବ୍ୟୁରୋ : ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳ ମନାସି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ସକାଳୁ ସକାଳୁ ମନ୍ଦିରରେ ମହିଳାମାନଙ୍କ ଭିଡ଼ ଲାଗିଛି । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ମହିଳା । ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ । ସହରର ବିଭିନ୍ନ ଫଳ ଦୋକାନରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳିଛି ।

Advertisment

ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଉପବାସର ଶୁଭ ସମୟ
ସାବିତ୍ରୀ ବ୍ରତର ଶୁଭଲଗ୍ନ 
ଶୁଭ ମୁହୂର୍ତ୍ତ - ସକାଳ ୮ଟା ୫୨ରୁ ୧୦ଟା ୨୫
ଅଭିଜିତ୍ ମୁହୂର୍ତ୍ତ ସକାଳ ୧୧ଟା ୫୧ରୁ ମଧ୍ୟାହ୍ନ ୧୨ଟା ୪୬
ଜ୍ୟେଷ୍ଠ ଅମାବାସ୍ୟର ତିଥି ଦିନ ୧୨ଟା ୧୧ରେ ଆରମ୍ଭ 
ଆସନ୍ତାକାଲି ସକାଳ ୮ଟା ୩୧ରେ ଅମାବାସ୍ୟା ତିଥି ଶେଷ 
ଅମାବାସ୍ୟା ତିଥି ଯୋଗୁଁ ଆଜି ପାଳିତ ହେଉଛି ସାବିତ୍ରୀ ବ୍ରତ
ବିଜୟ ମୁହୂର୍ତ୍ତ - ଅପରାହ୍ନ ୦୨ଟା ୩୬ରୁ ଅପରାହ୍ନ ୩ଟା ୩୧ 
ଅପରାହ୍ନ ୩ଟା ୪୫ରୁ ସନ୍ଧ୍ୟା ୫ଟା ୨୮ ଯାଏଁ ପୂଜା ପାଇଁ ଶୁଭ ସମୟ
ଗୋଧୂଳି ସମୟ - ସନ୍ଧ୍ୟା ୦୭:୧୬ ରୁ ସନ୍ଧ୍ୟା ୦୭:୩୬ ପର୍ଯ୍ୟନ୍ତ
ନିଶିତା ମୁହୂର୍ତ୍ତ - ରାତି ୧୧:୫୮ ରୁ ୧୨:୩୯ ପର୍ଯ୍ୟନ୍ତ
ଅଭିଜିତ୍ ମୁହୂର୍ତ୍ତ - ସକାଳ ୧୧:୫୨ ରୁ ୧୨:୪୮ ପର୍ଯ୍ୟନ୍ତ