ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଜନ ଆକ୍ରୋଶ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ଇସାରା ଦେଇଛନ୍ତି । ଆକ୍ରମଣ ପରେ ପରେ ଦେଶବାସୀ ଯେମିତି ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଆତଙ୍କବାଦୀ ଏବଂ ସେମାନଙ୍କୁ ପାଳୁଥିବା ପାକିସ୍ତାନକୁ କେବେ ପାନେ ଚଖାଇବେ ସରକାର । ଆଉ ଆଜି ପ୍ରଧାନମନ୍ତ୍ରୀ ଏହାର ଇସାରା ଦେଇଛନ୍ତି କହିଲେ କିଛି ଭୁଲ୍ ହେବନି । YUGM କନକ୍ଲେଭରେ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ପାଖରେ ସମୟ ସୀମିତ ଏବଂ ଲକ୍ଷ୍ୟ ବହୁତ ବଡ଼ ଅଛି । 

Advertisment

ପ୍ରଧାନମନ୍ତ୍ରୀ ଦ୍ବିପ୍ରହର ୧୨ ଟା ସମୟରେ YUGM କନକ୍ଲେଭରେ ସମ୍ବୋଧିତ କରି ଏମିତି କହିଛନ୍ତି । ବିକଶିତ ଭାରତର କଥା ଉଠାଇ ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ପାଇଁ ଆମେ ସମୟସୀମା ପ୍ରସ୍ତୁତ କରି ରଖିଛୁ । ଆଉ ଏହି କଥା କହୁଥିବା ବେଳେ ସେ କ୍ୟାମେରାକୁ ମୁହଁ କରି ଗମ୍ଭୀରତାର ସହ କହିଥିଲେ ଯେ ଆମ ପାଖରେ ସମୟ ସୀମିତ ଏବଂ ଲକ୍ଷ୍ୟ ବହୁତ ବଡ଼ ଅଛି । ମୋଦୀଙ୍କ ଏହି କଥାକୁ ଶୁଣିବା ମାତ୍ରେ ଉପସ୍ଥିତ ଥିବା ଅତିଥି ତାଳି ବଜାଇଲେ । ଆଉ ଠିକ୍ ସେତିକି ବେଳେ ପ୍ରଧାନମନ୍ତ୍ରୀ ଚୁପି ଚୁପି କହିଲେ ଯେ ମୁଁ ବର୍ତ୍ତମାନର କଥା କହୁନାହିଁ । ଏହାପରେ ପ୍ରଧାନମନ୍ତ୍ରୀ କିଛି ସମୟ ଚୁପ୍ ରହିଲେ ଏବଂ ସ୍ମିତ ହସି ଆଗକୁ କହିଲେ ।