ଭାରତର ୫୦ରୁ କମ୍ ଅସ୍ତ୍ରଶସ୍ତ୍ରରେ ଭାଙ୍ଗିଥିଲା ପାକିସ୍ତାନ ସେନାର ମେରୁଦଣ୍ଡ

Advertisment

ଅପରେସନ ସିନ୍ଦୂରକୁ ନେଇ ବାୟୁସେନା ରଖିଲା ବଡ଼ ତଥ୍ୟ

ଅପରେସନ ସିନ୍ଦୂରକୁ ନେଇ ବାୟୁସେନା ରଖିଲା ବଡ଼ ତଥ୍ୟ

ଆଣ୍ଠେଇଥିଲା ଆତଙ୍କୀସ୍ତାନ

ଆଣ୍ଠେଇଥିଲା ଆତଙ୍କୀସ୍ତାନ Photograph: (KanakNews)

କନକ ବ୍ୟୁରୋ:  ଅପରେସନ ସିନ୍ଦୂରରେ ୫୦ରୁ କମ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା । ଏତିକିରେ ଭାଙ୍ଗିଯାଇଛି ପାକିସ୍ତାନର ଅଣ୍ଟା । ଯାହାକି ଅସ୍ତ୍ରବିରତି ପାଇଁ ପାକିସ୍ତାନକୁ ବାଧ୍ୟ କରିଥିଲା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିକ ପ୍ରତିରକ୍ଷା ସମ୍ମିଳନୀରେ ଯୋଗଦେଇ ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୁଦ୍ଧ ଆରମ୍ଭ କରିବା ସହଜ ।

କିନ୍ତୁ ଶେଷ କରିବା କଷ୍ଟ। ତେବେ ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ପକ୍ଷରୁ ୫୦ରୁ କମ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ବହୁ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଛି। ପାକିସ୍ତାନର ଆକ୍ରମଣକୁ ମଧ୍ୟ ବିଫଳ କରିଥିଲା ଭାରତ । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନକୁ ମୁହଁତୋଡ଼୍ ଜବାବ ଦିଆଯାଇଥିବା ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ କହିଛନ୍ତି । 
ଭାରତୀୟ ବାୟୁସେନାର ନୂଆ ତଥ୍ୟ
ଏମିତି ଭାଙ୍ଗିଥିଲା ପାକିସ୍ତାନର ଅଣ୍ଟା
-ଅପରେସନ ସିନ୍ଦୂରରେ ୫୦ରୁ କମ୍ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଛି
-ଏତିକିରେ ଭାଙ୍ଗିଯାଇଛି ପାକିସ୍ତାନର ଅଣ୍ଟା
-ଯାହାକି ଅସ୍ତ୍ରବିରତି ପାଇଁ ପାକିସ୍ତାନକୁ ବାଧ୍ୟ କରିଥିଲା
-ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀଙ୍କ ସୂଚନା 
-ଅପରେସନ ସିନ୍ଦୂରରେ ବହୁ ଆତଙ୍କୀ ଶିବିର ଧ୍ୱଂସ ହୋଇଛି 
ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe