ବାଲେଶ୍ବର କୁଲଡିହାରେ ଦନ୍ତା ହାତୀର ମୃତ୍ୟୁ, ମୃତ୍ୟୁ ପଛରେ ଶିକାରୀ ହାତ ଥିବା ସନ୍ଦେହ

ସେପଟେ ଦେବଗଡ଼ ତିଲେଇବଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଗର୍ଭିଣୀ ହାତୀର ମୃତଦେହ ଉଦ୍ଧାର ।

ଜାତୀୟ ରାଜପଥରେ ଭୟଙ୍କର ଜାମ୍

ଜାତୀୟ ରାଜପଥରେ ଭୟଙ୍କର ଜାମ୍ Photograph: (KanakNews)

କନକ ବ୍ୟୁରୋ; ବାଲେଶ୍ବର ଜିଲ୍ଲା କୁଲଡିହାରେ ଦନ୍ତା ହାତୀର ମୃତ୍ୟୁ । କୁଲଡିହା ରେଞ୍ଜ ତେଣ୍ଡା ବିଟ୍ ଆମ୍ବଝର ଗାଁରେ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି । ହାତୀକୁ କେହି ଶିକାର କରିଥିବା ସନ୍ଦେହ କରାଯାଉଛି । 

ଘଟଣାସ୍ଥଳରେ କୁଲଡିହା ରେଞ୍ଜରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀ ବିଲକୁ ଯାଉଥିବା ସମୟରେ ହାତୀଟି ପଡିଥିବାର ଦେଖି ବନ ବିଭାଗକୁ ଅବଗତ କରିଥିଲେ । କିଛି ଦିନ ହେବ ତିନୋଟି ହାତୀ କୁଲଡିହା ଅଞ୍ଚଳରେ ପଇଁତରା ମାରୁଥିଲେ । ତେବେ ହାତୀଟିର ମୃତ୍ୟୁ କିପରି ହେଲା ନା ତାକୁ କିଏ ମାରିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe