କନକ ବ୍ୟୁରୋ; ବାଲେଶ୍ବର ଜିଲ୍ଲା କୁଲଡିହାରେ ଦନ୍ତା ହାତୀର ମୃତ୍ୟୁ । କୁଲଡିହା ରେଞ୍ଜ ତେଣ୍ଡା ବିଟ୍ ଆମ୍ବଝର ଗାଁରେ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି । ହାତୀକୁ କେହି ଶିକାର କରିଥିବା ସନ୍ଦେହ କରାଯାଉଛି ।
ଘଟଣାସ୍ଥଳରେ କୁଲଡିହା ରେଞ୍ଜରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀ ବିଲକୁ ଯାଉଥିବା ସମୟରେ ହାତୀଟି ପଡିଥିବାର ଦେଖି ବନ ବିଭାଗକୁ ଅବଗତ କରିଥିଲେ । କିଛି ଦିନ ହେବ ତିନୋଟି ହାତୀ କୁଲଡିହା ଅଞ୍ଚଳରେ ପଇଁତରା ମାରୁଥିଲେ । ତେବେ ହାତୀଟିର ମୃତ୍ୟୁ କିପରି ହେଲା ନା ତାକୁ କିଏ ମାରିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/11/elephant-2025-10-11-12-58-39.jpg)