ରାସ୍ତାକଡ଼ରେ ବୁଲୁଛି କଲରାପତରିଆ ବାଘ ; ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ରାସ୍ତାକଡ଼ରେ ବୁଲୁଛି କଲରାପତରିଆ ବାଘ । ଆଠଗଡ଼ ବନଖଣ୍ଡର ନରସିଂହପୁର ଅଞ୍ଚଳରେ ବୁଲୁଛି । ମୋବାଇଲରେ କଏଦ ହେଲା ଦୃଶ୍ୟ । ଭୟଭୀତ ସ୍ଥାନୀୟ ଲୋକେ।

tiger roams

tiger roams Photograph: (kanakNews)

କନକ ବ୍ୟୁରୋ: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାସ୍ତାକଡ଼ରେ ବୁଲୁଥିବାର ମୋବାଇଲରେ ହେଲା ରେକର୍ଡ । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ କଲରାପତରିଆ ବାଘ ଦେବାକୁ ମିଳିଛି । ବନଗଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର ହିନ୍ଦୋଳ ପର୍ୟ୍ୟନ୍ତ ବାଘ ଦେଖିବାକୁ ମିଳୁଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବାବେଳେ ଏହି ଅଞ୍ଚଳର ବୁଲାବୁଲି କରୁଛନ୍ତି । ଆଉ ବାଘକୁ ଦେଖି ଏଠିକାର ଲୋକ ଭୟରେ ରହିଛନ୍ତି  । ସେପଟେ, ବାଘର ଗତିବିଧି ଉପରେ ନଜର ରଖାଯାଉଥିବା କହିଛି ବନବିଭାଗ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe