ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଏକ କଲରାପତରିଆ ବାଘଛାଲକୁ ନେଇ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ମାଡ଼ିବସିଛି। ଏହି ସ୍ବତନ୍ତ୍ର ଟିମ୍‌ ଡିଲ୍‌ରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଧରିଛି। ସୂଚନା ଅନୁଯାଇ ବାଘଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ୍‌ କରାଯାଇଥିଲା। ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇଜଣ ବିକ୍ରେତା ଥିବା ବେଳେ ଅନ୍ୟ ଜଣେ କ୍ରେତା ରହିଛନ୍ତି। ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି। ପ୍ରକାଶ ଥାଉକି ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ଘଟଣାର କିଙ୍ଗପିନ୍‌ ନିକଟରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି। ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା, ମୃତ କଲରାପତରିଆର ବୟସ କେତେ ତାହା ସ୍ପଷ୍ଟ ହୋଇନାହିଁ।

Advertisment