ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ; ଛାନଭିନ୍ ପରେ ଜଣାପଡିଲା, ବାଘ ନୁହେଁ ବିଲୁଆ

ବିମାନବନ୍ଦର ଅଞ୍ଚଳରେ ଗୋଟିଏ କଲରାପତରିଆ ବାଘକୁ ଦେଖିଥିବା, ସେଠାରେ କାମ କରୁଥିବା ଦୁଇ ଜଣ ମହିଳା ଦାବି କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

fox

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କଲରାପତରିଆ ବାଘ ଆତଙ୍କ । ବିମାନବନ୍ଦର ଅଞ୍ଚଳରେ ଗୋଟିଏ କଲରାପତରିଆ ବାଘକୁ ଦେଖିଥିବା, ସେଠାରେ କାମ କରୁଥିବା ଦୁଇ ଜଣ ମହିଳା ଦାବି କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ପରେ ଏହା ବାଘ ନୁହେଁ ବିଲୁଆ ବୋଲି ଜଣାପଡିଥିଲା । ବିମାନବନ୍ଦରରେ ବାଘ ଖବର ଶୁଣି ସମସ୍ତେ ଭୟଭୀତ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe