କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କଲରାପତରିଆ ବାଘ ଆତଙ୍କ । ବିମାନବନ୍ଦର ଅଞ୍ଚଳରେ ଗୋଟିଏ କଲରାପତରିଆ ବାଘକୁ ଦେଖିଥିବା, ସେଠାରେ କାମ କରୁଥିବା ଦୁଇ ଜଣ ମହିଳା ଦାବି କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।
ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ପରେ ଏହା ବାଘ ନୁହେଁ ବିଲୁଆ ବୋଲି ଜଣାପଡିଥିଲା । ବିମାନବନ୍ଦରରେ ବାଘ ଖବର ଶୁଣି ସମସ୍ତେ ଭୟଭୀତ ହୋଇଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/26/x6pIz4zWINZK4o5HTH1h.jpg)