କନକ ବ୍ୟୁରୋ : ଲେନ୍ସକାର୍ଟ ନିଜର ଷ୍ଟାଇଲିସ୍ ଏବଂ ୟୁନିକ୍ ଡିଜାଇନ୍ର ଚଷମାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ଏହି କମ୍ପାନିର ଚଷମା ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ। ଆଜିର ଡିଜିଟାଲ୍ ଯୁଗରେ ଚଷମାକୁ ବି ଡିଜିଟାଲାଇଜ୍ କରିଛି ଲେନ୍ସକାର୍ଟ । ବର୍ତ୍ତମାନ ମାର୍କେଟ୍କୁ ଆସିବ B କ୍ୟାମେରା ସ୍ମାର୍ଟଗ୍ଲାସ ,ଯେଉଁଥିରେ କି ହୋଇପାରିବ UPI ପେମେଣ୍ଟ । ଆଗକୁ ଆସିବାକୁ ଥିବା ସ୍ମାର୍ଟଗ୍ଲାସରେ ଡାଇରେକ୍ଟ UPI ପେମେଣ୍ଟ ଫିଚର୍ ଆଣିବା ନେଇ ଘୋଷଣା କରିଛି ଲେନ୍ସକାର୍ଟ । ଏହି ଅପଡେଟ୍କୁ ଲେନ୍ସକାର୍ଟ ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ୍ ୨୦୨୫ରେ ପଦର୍ଶିତ କରିଥିଲା । ଏହି ନୂତନ ଫିଚର୍ଦ୍ୱାରା ୟୁଜର୍ସମାନେ QR କୋଡ୍ ସ୍କାନ କରି ନିଜେ ଭଏସ୍ କମାଣ୍ଡ ଦେଇ ପେମେଣ୍ଟ କରିପାରିବେ । ଏଥିପାଇଁ ଆବଶ୍ୟକ ପଡ଼ିବନି ଫୋନ୍ କିମ୍ବା PIN ।
ସୂଚନା ଅନୁସାରେ , ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ସେହି କାର୍ଯ୍ୟକ୍ରମରେ ସ୍ମାର୍ଟ ୱେରେବଲ୍ ପାଇଁ UPI ସମର୍ଥନ ଯୋଡିବାକୁ ଘୋଷଣା କରିଥିଲା । ଏହା ଡିଜିଟାଲ୍ କାରବାରକୁ ଦ୍ରୁତ, ସହଜ ଏବଂ ହ୍ୟାଣ୍ଡସ୍-ଫ୍ରି କରିବା ପାଇଁ ଲକ୍ଷ୍ୟ ରଖିଛି । ଲେନ୍ସକାର୍ଟର କହିବା ଅନୁସାରେ, ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର UPI ସର୍କଲ୍ ପ୍ଲାଟଫର୍ମ ମାଧ୍ୟମରେ , ସ୍ମାର୍ଟ ଚଷମା ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହେବ । ଉପଭୋକ୍ତାମାନେ ଭଏସ୍ କମାଣ୍ଡ ବ୍ୟବହାର କରି ସୁରକ୍ଷିତ ଭାବରେ ଟ୍ରାଞ୍ଜାକ୍ସନ୍ କରିପାରିବେ । ଏହି ଫିଚର୍ ଆମେ ପ୍ରତିଦିନ କରୁଥିବା ପେମେଣ୍ଟକୁ ଅଧିକ ସୁଗମ ଏବଂ ସହଜ କରିବ ।
B କ୍ୟାମେରା ସ୍ମାର୍ଟଗ୍ଲାସରେ କେବଳ ପେମେଣ୍ଟ ସୁବିଧା ନାହିଁ ବରଂ ଏଥିରେ ଏକ ଅନ-ଦି-ଗୋ ପିଓଭି କ୍ୟାମେରା ଏବଂ AI ଫିଚର୍ ମଧ୍ୟ ଅନ୍ତର୍ଭୁକ୍ତ । ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ଭିଡିଓ ରେକର୍ଡ , ଫଟୋ କ୍ଲିକ୍ ଏବଂ ନିଜ ଚଷମାରୁ ସ୍ମାର୍ଟ AI ଟୁଲ୍ସ ବ୍ୟବହାର କରିପାରିବେ । ଏହି ଅବସରରେ ଲେନ୍ସକାର୍ଟର ଅଧ୍ୟକ୍ଷ ଏବଂ ସିଇଓ ପୀୟୁଷ ବଂଶଲ କହିଛନ୍ତି, "ଆମର ଦୈନନ୍ଦିନ ଜୀବନରେ ସ୍ମାର୍ଟ ଚଷମାର ଭୂମିକା ନିରନ୍ତର ବୃଦ୍ଧି ପାଉଛି । ପେମେଣ୍ଟ ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଏବଂ ଏହାକୁ ଆହୁରି ସହଜ କରିବା ପାଇଁ ଆମେ କ୍ୟାମେରାରେ ସିଧାସଳଖ UPI ଫିଚର୍ ଆଣୁଛୁ । ଏହା ଦ୍ୱାରା ଉପଭୋକ୍ତାମାନେ ପେମେଣ୍ଟ୍ କରିବା ପାଇଁ ଫୋନ୍ ବାହାର କରିବାକୁ ପଡ଼ିବନି କି PINର ଆବଶ୍ୟକତା ପଡ଼ିବନି ।"
କମ୍ପାନି କହିଛି ଯେ ଆଗାମୀ ମାସ ମଧ୍ୟରେ B କ୍ୟାମେରା ସ୍ମାର୍ଟଗ୍ଲାସ ଲଞ୍ଚ ହେବ । ଏହି ପଦକ୍ଷେପ ଭାରତରେ ପିନ୍ଧିବା ଯୋଗ୍ୟ ଏବଂ UPI ପେମେଣ୍ଟ ପାଇଁ ଏକ ଗେମ-ଚେଞ୍ଜର ହୋଇପାରେ । ବିଶେଷକରି ଯେଉଁମାନେ ଦୈନିକ ସ୍ମାର୍ଟ ଏବଂ ସ୍ପିଡ୍ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ।