କନକ ବ୍ୟୁରୋ : ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଏକ ସୁସ୍ଥ ରୁଟିନ୍ ଆରମ୍ଭ କରିବା ପାଇଁ ଏକ ଗ୍ଲାସ୍ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଥା’ନ୍ତି । ପ୍ରକୃତରେ, ଏହାର କାରଣ ହେଉଛି ଏହି ପାଣି ଆମ ଶରୀରକୁ ଡିଟକ୍ସ କରିଥାଏ କିନ୍ତୁ ଲେମ୍ବୁ ପାଣି ଡିଟକ୍ସିଂ ଡ୍ରିଙ୍କ୍ ନୁହେଁ । ଗ୍ୟାଷ୍ଟ୍ରୋ ଏବଂ ଲିଭର ବିଶେଷଜ୍ଞ ଡାକ୍ତର ସୌରଭ ସେଠୀ କହିଛନ୍ତି ଯେ ଏହି ପାଣିକୁ ଡିଟକ୍ସିଫାୟର ଭାବନ୍ତୁ ନାହିଁ କାରଣ ଏଥିରେ ଏପରି କୌଣସି ଉପାଦାନ ନାହିଁ । ଏହା ଓଜନ କମାଇବାରେ ସାହାଯ୍ୟ କରେ ଏବଂ ପେଟ ମଧ୍ୟ ସଫା ରଖେ କିନ୍ତୁ ଏହାକୁ ଖାଲି ପେଟରେ ପିଇବା ଠିକ୍ ନୁହେଁ ।  

Advertisment
Lemon-
Lemon- Photograph: (google)

ଏକ୍ସପର୍ଟମାନେ କ'ଣ କୁହନ୍ତି?

ଡାକ୍ତର ସୌରଭଙ୍କ ମତରେ ଲେମ୍ବୁ ପାଣି ପିଇବା ଭଲ । କିନ୍ତୁ କିଛି ଲୋକ ଯେଉଁମାନେ ଏହାକୁ ସକାଳ ସମୟରେ ଉଷୁମ କିମ୍ବା ଗରମ ପାଣି ସହିତ ପିଅନ୍ତି ସେମାନେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ୟ ଜାଣିବା ଉଚିତ୍ । ଲେମ୍ବୁ ପାଣି ଭିଟାମିନ-ସି, ଆଣ୍ଟିଅକ୍ସିଡେଣ୍ଟ ଏବଂ ଅନେକ ଗୁଣରେ ଭରପୂର ହୋଇଥାଏ । କିନ୍ତୁ ଏହାକୁ ସକାଳ ବଦଳରେ ଦିନରେ ପିଇବା ଉଚିତ୍ । ବିଶେଷ କରି ସେହି ଲୋକମାନଙ୍କୁ ଯେଉଁମାନେ ପୂର୍ବରୁ ହିଁ ବ୍ଲୋଟିଙ୍ଗ୍ କିମ୍ବା ଗ୍ୟାସ ସମସ୍ୟାରେ ପୀଡ଼ିତ ଅଛନ୍ତି ।

ଲେମ୍ବୁପାଣି ପିଇବାର ଫାଇଦା କ'ଣ?

ଏକ୍ସପର୍ଟମାନେ କୁହନ୍ତି ଯେ ଲେମ୍ବୁ ଆମ ଶରୀରରେ ହାଇଡ୍ରେସନ୍ ସ୍ତରକୁ ବଢ଼ାଇବାରେ ସାହାଯ୍ୟ କରେ । ଏହା ୱାଟର ଏବଜର୍ପସନକୁ ବଢ଼ାଏ ଏବଂ ଏନର୍ଜି ଲେବଲକୁ ମଧ୍ୟ ବଢ଼ାଏ । ଯଦି ଆମେ ପ୍ରତିଦିନ ୧ଟି ଲେମ୍ବୁ ଖାଉ ତେବେ ସେଥିରୁ ଆମକୁ ପର୍ଯ୍ୟାପ୍ତ ଭିଟାମିନ-ସି ମିଳିଥାଏ । ଏହି ଭିଟାମିନ ସ୍କିନ୍ କୋଲାଜେନକୁ ବଢ଼ାଏ । ଲେମ୍ବୁ ଖାଇବା ଦ୍ୱାରା ଇମ୍ୟୁନିଟି ମଧ୍ୟ ମଜବୁତ ହୁଏ ଏବଂ ଏହାଦ୍ୱାରା ଆଇରନର ସ୍ତର ମଧ୍ୟ ବଢ଼େ । ଲେମ୍ବୁ ପାଣି ଆମ ପେଟ ପାଇଁ ଭଲ ହୋଇଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ହାଇଡ୍ରେସନ ସହିତ ଡାଇଜେସନ ମଧ୍ୟ ଉନ୍ନତ ହୋଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ବ୍ୟାକ୍ଟେରିଆ ବଢ଼ନ୍ତି । ଏହା ଦ୍ୱାରା ଓଜନ କମ ହୁଏ ନାହିଁ କିନ୍ତୁ ଓଜନ ବଢ଼େ ମଧ୍ୟ ନାହିଁ । ଏହା ଓଜନକୁ ନିୟନ୍ତ୍ରିତ ରଖେ ।

ଲେମ୍ବୁ ପାଣିର ପାର୍ଶ୍ୱ ପ୍ରତିକ୍ରିୟା

ଲୋକମାନେ ସକାଳ ସମୟରେ ଖାଲି ପେଟରେ ଉଷୁମ ପାଣିରେ ଏହାକୁ ପିଇଥା‘ନ୍ତି । ଏହା ଏସିଡିଟି, ବ୍ଲୋଟିଙ୍ଗ୍ ଏବଂ ଗ୍ୟାସର ସମସ୍ୟାକୁ ବଢ଼ାଇପାରେ । ଆପଣ ଖାଇସାରିବା ପରେ ଏହାକୁ ପିଇପାରନ୍ତି କାରଣ ଏହାଦ୍ୱାରା ପାଚନ ସଠିକ୍ ଭାବରେ ହୋଇଥାଏ । ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଆଦୌ ଠିକ୍ ନୁହେଁ କାରଣ ଅଧିକ ଗରମ ହେବା ଦ୍ୱାରା ଭିଟାମିନ-ସି ବ୍ରେକଆଉଟ୍ ହୋଇଯାଏ । ଏହି କାରଣରୁ ତାହାର ପୋଷକ ତତ୍ତ୍ୱ ଆମକୁ ମିଳିପାରେ ନାହିଁ । ଯଦି ଆପଣ ଗରମ ପାଣିରେ ଏହାକୁ ପିଉଛନ୍ତି ତେବେ ଧ୍ୟାନ ରଖନ୍ତୁ ପାଣିକୁ ପ୍ରଥମେ ଉଷୁମ ସ୍ତରକୁ ଆଣନ୍ତୁ ତା'ପରେ ଲେମ୍ବୁ ମିଶାଇ ପିଅନ୍ତୁ ।

ଲେମନ ୱାଟରର ସ୍ତର ଏସିଡିକ ହୋଇଥାଏ, ଏହା ଆମ ଦାନ୍ତ ଉପରେ ପ୍ରଭାବ ପକାଇପାରେ । ଯେଉଁ କାରଣରୁ ଦାନ୍ତରେ ଖଟା ଏବଂ ସେନସିଟିଭିଟି ହୋଇପାରେ । ଲେମ୍ବୁ ପାଣି ପିଇବା ପାଇଁ ଆପଣଙ୍କୁ ଷ୍ଟ୍ର'ର ବ୍ୟବହାର କରିବା ଉଚିତ କିମ୍ବା ଏକ ସମୟରେ ହିଁ ଏହାକୁ ପିଇନେବା ଉଚିତ । ଏହାକୁ ପିଇସାରିବା ପରେ କୁଳୁକୁଞ୍ଚା ନିଶ୍ଚୟ କରନ୍ତୁ । ଲେମ୍ବୁ ପାଣି ଆମ ଶରୀରକୁ ଡିଟକ୍ସ କରେ ନାହିଁ । ଲେମ୍ବୁ ପାଣି ପିଇବା ଦ୍ୱାରା ହାଇଡ୍ରେସନ ଏବଂ ଇନଡାଇଜେସନର ସମସ୍ୟା ଦୂର ହୋଇଥାଏ।