କନକବ୍ୟୁରୋ: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟିର ବୈଠକ ଆରମ୍ଭ। କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉନ୍ନତିମୂଳକ କାର୍ୟ୍ୟ, ଶ୍ରୀମନ୍ଦିରର ବିକାଶ ଓ ମହାପ୍ରଭୁଙ୍କ କୋଠଭୋଗ ଧନ ଯୋଜନା ସହ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି।