ମଣ୍ଡି ପ୍ରସଙ୍ଗରେ କମ୍ପୁଛି ବିଧାନସଭା: ସ୍ବାଭାବିକ ହୋଇପାରୁନି ଗୃହକାର୍ଯ୍ୟ, କାଲି ରାଜଧାନୀରେ ଗର୍ଜିବ ବିଜେଡି

Advertisment

ମଣ୍ଡି ସମସ୍ୟାକୁ ନେଇ ପାଂଚ ଦିନ ହେଲା ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇ ଯାଉଛି ଗୃହକାର୍ଯ୍ୟ । କାଲି ରାଜଧାନୀରେ ବିଜେଡି କରିବ ଚାଷୀ ସମାବେଶ । ଲୋୟର ପିଏମଜିରେ ରଣହୁଙ୍କାର ଦେବେ କର୍ମୀ । ସମାଲୋଚନା କଲା ଶାସକ ଦଳ । 

ମଣ୍ଡି ସମସ୍ୟାକୁ ନେଇ ପାଂଚ ଦିନ ହେଲା ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇ ଯାଉଛି ଗୃହକାର୍ଯ୍ୟ । କାଲି ରାଜଧାନୀରେ ବିଜେଡି କରିବ ଚାଷୀ ସମାବେଶ । ଲୋୟର ପିଏମଜିରେ ରଣହୁଙ୍କାର ଦେବେ କର୍ମୀ । ସମାଲୋଚନା କଲା ଶାସକ ଦଳ । 

Mandi Problem-

କନକ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ଏବେ ସ୍ବପ୍ନ ପାଲଟିଲାଣି। ବଜେଟ ଅଧିବେଶନରେ ଏହା ଜଳ ଜଳ ଦିଶୁଛି । ରାଜନୈତିକ ଦଳ ନିଜର ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟର ସ୍ବାର୍ଥକୁ ବଳି ପକାଇ ଦେବାକୁ ପଛାଉନାହାନ୍ତି। ବିଧାନସଭା ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଲୋକଙ୍କ ଟିକସରେ ଚାଲୁଥିବା ବିଧାନସଭା ଅଚଳ କରିବାକୁ ରାଜନୈତିକ ଦଳକୁ କିଏ ଦେଲା ଅଧିକାର? ଦେଖନ୍ତୁ ଏହି ରିପୋର୍ଟ।
 
ଲଗାତାର ୫ ଦିନରେ ବି ସେହି ସମାନ ସ୍ଥିତି। ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହୋହଲ୍ଲା, ବିକ୍ଷୋଭର ପରିଣାମ ହେଉଛି ବାରମ୍ବାର ମୁଲତବୀ। ବିଧାନସଭାରେ ଯେଉଁ ଅଚଳାବସ୍ଥା ଲାଗିଛି ସେଥିରେ ସାମନ୍ୟତମ ସୁଧାର ଆସୁନି। ଚାଷୀ ଓ ମଣ୍ଡି ସମସ୍ୟା ପ୍ରସଙ୍ଗରେ ଏକସ୍ବର ହୋଇଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ। ୩ଥର ମୁଲତବି ହୋଇଥିବା ବେଳେ ଘଣ୍ଟାଏରୁ କମ ସମୟ ଚାଲିଛି ଗୃହକାର୍ଯ୍ୟ। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି ନିଜ ଜିଦରେ ଅଟଳ ୩ ଦଳ। ଉଭୟ ବିରୋଧୀଙ୍କ ଅଭିଯୋଗ, ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାରଙ୍କର ଆନ୍ତରିକତା ନାହିଁ। ଅନ୍ୟପଟେ ଶାସକ ଦଳ କହିଛି, ବିଧାନସଭାରେ ବିଜେଡିକୁ ରିମୋଟ୍‌ ଦ୍ବାରା ବାହାରୁ ପରିଚାଳିତ କରାଯାଉଛି । 
 ଏହା ବି ପଢ଼ନ୍ତୁ: ଗୁମୁରି କାନ୍ଦୁଛି ଦନ୍ତାରି ଗାଁ: ଗାଁକୁ ରାସ୍ତା ନାହିଁ, ପକ୍କା ଘର ଖଣ୍ଡେ ନାହିଁ

  • କାଲି ରାଜଧାନୀରେ ଗର୍ଜିବ ବିଜେଡି
  • ଲୋୟର ପିଏମ୍‌ଜିରେ ପ୍ରତିବାଦ ସଭା 

ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନଥିବା ବିଜେଡି ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ। ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିବ ଦଳ। ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ହୁଙ୍କାର ଦେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମାବେଶରେ ସାମିଲ ହେବେ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେଡି କହିଛି, ଚାଷୀ ହକ୍ ମାଗିଲେ ଗୁଣ୍ଡା ଲଗାଇ ପିଟୁଛି ଶାସକ ଦଳ ।  ଶାସକ-ବିରୋଧୀଙ୍କ ଜିଦ୍ ପାଇଁ ବିଧାନସଭା ଅଚଳାବସ୍ଥାରୁ ଆଗକୁ ଯାଇପାରୁନି। ଯାହାକୁ ନେଇ ଲୋକ ପଚାରିଲେଣି, ଆଲୋଚନା ଯଦି ହେବନି ତାହା ହେଲେ ବିଧାନସଭା ଚାଲୁଛି କାହିଁକି? ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ ହେଉଛି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe