ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ବିଧାନସଭାରେ କମ୍ପନ;  ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଲେ ଶାସକ ବିରୋଧୀ

Advertisment

ଲଘୁ ଖଣିଜ ଚୋରିକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଧାନସଭାରେ ଏହାକୁ ନେଇ ହୋଇଛି ତମ୍ବିତୋଫାନ। ଖଣି ଲୁଟ୍ ପଛରେ କିଏ ଏହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଦୋଷ ଠେଲିବାକୁ ପରସ୍ପର ପରସ୍ପର ମଧ୍ୟରେ ଜୋର ଧରିଛି ବୟାନବାଜି।

ଲଘୁ ଖଣିଜ ଚୋରିକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଧାନସଭାରେ ଏହାକୁ ନେଇ ହୋଇଛି ତମ୍ବିତୋଫାନ। ଖଣି ଲୁଟ୍ ପଛରେ କିଏ ଏହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଦୋଷ ଠେଲିବାକୁ ପରସ୍ପର ପରସ୍ପର ମଧ୍ୟରେ ଜୋର ଧରିଛି ବୟାନବାଜି।

ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ବିଧାନସଭାରେ କମ୍ପନ

ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ବିଧାନସଭାରେ କମ୍ପନ Photograph: (KanakNews )

କନକ ବ୍ୟୁରୋ: ଲଘୁ ଖଣିଜ ଚୋରିକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଧାନସଭାରେ ଏହାକୁ ନେଇ ହୋଇଛି ତମ୍ବିତୋଫାନ। ଖଣି ଲୁଟ୍ ପଛରେ କିଏ ଏହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଦୋଷ ଠେଲିବାକୁ ପରସ୍ପର ପରସ୍ପର ମଧ୍ୟରେ ଜୋର ଧରିଛି ବୟାନବାଜି। 

  • ଲଘୁ ଖଣିଜ ଚୋରିକୁ ନେଇ ବିଧାନସଭାରେ କମ୍ପନ
  • ପରସ୍ପରକୁ ଦୋଷ ଠେଲିଲେ ଶାସକ-ବିରୋଧୀ 

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ଚୋରିକୁ ନେଇ ବାରମ୍ବାର ଖବର ପ୍ରସାରଣ କରି ଆସୁଛି କନକ ନ୍ୟୁଜ୍। ସେହି ଖବରକୁ ନେଇ ଆଜି କମ୍ପିଛି ବିଧାନସଭା। ଖଣି ଚୋରିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି ବିରୋଧୀ ବିଜେଡି। ଶାସକ ଦଳର ପୃଷ୍ଠପୋଷକତାରେ ଦିନରାତି ଲଘୁ ଖଣିଜ ଚୋରି ହେଉଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିଜେଡି କହିଛି, ୬୩୬ ଲଘୁ ଖଣିଜର କେବେ ନିଲାମ କରିବେ ସରକାର? ଖଣି ଲିଜ୍ ନଦେଇ ଲଘୁ ଖଣିଜ ଲୁଟ୍ କରିବାକୁ କାହିଁକି ଦିଆଯାଉଛି ସୁଯୋଗ? ବିନା ଟିପିରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଖୋଳୁଛନ୍ତି ଖଣି। ଯାହାଦ୍ବାରା ରାଜସ୍ବହାନି ବଢି ବଢି ଚାଲିଛି। ସରକାରଙ୍କ ଅସମ୍ଭବ ନୀରବତା ଏହାକୁ ବଳ ଦେଉଥିବା କହିଛି ବିଜେଡି। ଅନ୍ୟପଟେ ବିଜେଡି ଅଭିଯୋଗର ଜବାବ ରଖି ଶାସକ ଦଳ କହିଛି, ଗତ ୨୪ ବର୍ଷରେ ଖଣି ଲୁଟ୍ ଚରମ ସୀମାରେ ପହଞ୍ଚିଥିଲା। ଏବେ ଜୋରଦାର ଧରପଗଡ଼ ସହ କାର୍ଯ୍ୟାନୁଷ୍ଠାନ ତ୍ବରିତ୍ବ ବେଗରେ ହେଉଛି।

ଖଣିଚୋରିକୁ ନେଇ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ଜୋର ଦେଇଥିଲେ ସରକାର। କିନ୍ତୁ ଗ୍ରାଉଣ୍ଡରେ ଲଘୁ ଖଣିଜ ଚୋରିର ପ୍ରମାଣ ରଖି ସରକାରଙ୍କ ଆଭିମୁଖ୍ୟ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛନ୍ତି ବିରୋଧୀ। ଅନ୍ୟପଟେ ରାଜସ୍ବହାନିର ଅଠା ପୂର୍ବ ସରକାରଙ୍କ ମୁଣ୍ଡରେ ବୋଳିଛନ୍ତି ଖଣିମନ୍ତ୍ରୀ। ତେବେ ରାଜସ୍ବ ବୃଦ୍ଧି ପାଇଁ ୨୦୦ରୁ ଅଧିକ ନୂ୍ଆ ଲିଜ୍ ଦେବା ସହ ଲଘୁ ଖଣିଜ ଚୋରିରେ ବ୍ରେକ୍ ଲଗାଇବା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର। ଗତବର୍ଷ ପେନାଲଟି ବାବଦକୁ ୧୦ କୋଟି ଆଦାୟ ହୋଇଥିବା ବେଳେ ନୂଆ ସରକାରରେ ଏହା ୨୫ କୋଟିରେ ପହଞ୍ଚିଛି ବୋଲି କହିଛନ୍ତି ମନ୍ତ୍ରୀ। 

ଶାସକ-ବିରୋଧୀଙ୍କ କାଦୁଅ ଫିଙ୍ଗା ଭିତରେ ପ୍ରଶ୍ନ ଉଠୁଛି, କାହା ସାହସରେ ଲଘୁ ଖଣିଜ ଚୋରି କରୁଛନ୍ତି ମାଫିଆ? ବିରୋଧୀ ବିଜେଡି ଆଣିଥିବା ଅଭିଯୋଗରେ ଅଛି କି ସତ୍ୟତା? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe